ଆଜି ପୁଣି କମିଲା ସୁନା ଦର, ମାସକ ମଧ୍ୟରେ ୧୮୦୦ ଟଙ୍କା କମିଲାଣି

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ - ଗୁରୁବାରରେ ସୁନାଦର ପୁଣି ହ୍ରାସ ପାଇଛି । ରାଜଧାନୀ ଦିଲ୍ଲୀରେ ସୁନାଦର ପ୍ରାୟ ୦.୧୩ ପ୍ରତିଶତ ହ୍ରାସ ପାଇ ୩୮,୧୭୦ ଟଙ୍କାରେ ପହଞ୍ଚିଛି । ପ୍ରତି ୧୦ ଗ୍ରାମ ସୁନା ଦର ପ୍ରାୟ ପ୍ରାୟ ୦.୧୩ ପ୍ରତିଶତ ହ୍ରାସ ପାଇଛି ।

ବୁଧବାରରେ ସୁନା ପ୍ରତି ୧୦ ଗ୍ରାମ ପ୍ରାୟ ୦.୪୫ ପ୍ରତିଶତ ବୃଦ୍ଧି ପାଇଥିଲା । ରୂପା ଦର ମଧ୍ୟ କିଲୋପ୍ରତି ୦.୪୫ ପ୍ରତିଶତ ହ୍ରାସ ପାଇଛି । ଗୁରୁବାରରେ ରୂପା କିଲୋପ୍ରତି ରାଜଧାନୀ ଦିଲ୍ଲୀର ଏମ୍‌ସିଏକ୍ସରେ ୪୫,୦୯୦ ଟଙ୍କା ରହିଛି । ଗତ ମାସେ ମଧ୍ୟରେ ସୁନାଦର ପ୍ରତି ୧୦ ଗ୍ରାମ ୧୮୦୦ ଟଙ୍କା କମିଲାଣି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନା ଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା ।

ସେହପରି ବିଶ୍ୱ ବଜାରରରେ ମଧ୍ୟ ସୁନାଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏହା ପ୍ରତି ଆଉନସ୍‌ ୧,୫୫୦ ଆମେରିକୀୟ ଡଲାରରେ ପହଞ୍ଚିଥିଲା।

ଏବେ ବିଶ୍ୱ ବଜାରରେ ସୁନାଦର ଭାରତୀୟ ସୁନାଦରଠାରୁ ୦.୧ ପ୍ରତିଶତ ଅଧିକ ଅଛି । ଏବେ ପ୍ରତି ଆଉନସ୍‌ ଏହା ୧,୪୯୦ ଆମେରିକୀୟ ଡଲାର ରହିଛି । ସେପ୍ଟେମ୍ବର ମାସରେ ଆମେରିକା ସହ ସାରା ବିଶ୍ୱରେ ଅଳଙ୍କାର ତିଆରି ରିଟେଲ୍‌ ଗଜ୍‌ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା ।
ଆମେରାକି ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଏପରି ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.