Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଦିନପରେ ପୁଣି ଆଜି କମିଲା ସୁନା ଦର -ସମାନ୍ୟ ବଢିଲା ରୂପା

ନୂଆଦିଲ୍ଲୀ – ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନାଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା । ଏହାପରେ ସୁନାଦର ହ୍ରାସ ପାଇବାକୁ ଲାଗିଥିଲା । ମାତ୍ର ଦଶହରା ସମୟରେ ସୁନାଦର ପୁଣି ବୃଦ୍ଧି ପାଇବାକୁ ଲାଗିଥିଲା । ଏବେ ଦୁଇଦିନ ପରେ ସୁନାଦର ପୁଣି ହ୍ରାସ ପାଇଛି ।

ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ୦.୦୯ ପ୍ରତିଶତ ହ୍ରାସ ପାଇ ୩୮,୪୬୩ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର ସମାନ୍ୟ ହ୍ରାସ ପାଇ କିଲୋପ୍ରତି ୪୬, ୧୦୦ ଟଙ୍କାରେ ପହଞ୍ଚିଛି ।

ବିଶ୍ୱ ବଜାରରେ ସୁନାଦର ବୃଦ୍ଧି ପାଇଛି । ପ୍ରତି ଆଉନସ୍‌ ଏହା ବୃଦ୍ଧି ପାଇ ୧୫୧୧.୨୪ ଡଲାରରେ ପହଞ୍ଚିଛି ।

ଭାରତରେ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ସର୍ବାଧିକ ସୁନା ବିକ୍ରି ହୋଇଥାଏ। ଦଶହରା , ଦୀପାବଳି ଓ ଧନତରାସ୍‌ ସହ ଏହି ସମୟରେ ଅଧିକ ବିବାହ ଉତ୍ସବର ଆୟୋଜନ କରାଯାଇଥାଏ । ବିଭିନ୍ନ ପୂଜା ପାର୍ବଣ ଯୋଗୁଁ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ସର୍ବାଧିକ ସୁନା ବିକ୍ରି ହେଉଥିବା ବେଳେ ଏବେ ଏହାର ବିକ୍ରି ପରିମାଣ ସାମାନ୍ୟ ହ୍ରାସ ପାଇଛି ।

ଚଳିତ ବର୍ଷ ସୁନାଦର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇ ସେପ୍ଟେମ୍ବରରେ ୧୦ ଗ୍ରାମ ପ୍ରତି ୪୦ ହଜାର ଟଙ୍କାରେ ପହଞ୍ଚିଥିଲା । ଏବେ ଏହା ପ୍ରାୟ ଦେଢ ହଜାର ଟଙ୍କା ହ୍ରାସ ପାଇଛି ।

2564 Views

   ସମ୍ବନ୍ଧିତ ଖବର