ଖୁସୀ ଖବର- ପୂଜା ପୂର୍ବରୁ ବହୁତ କମିଲା ସୁନାଦର

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ - ସୁନା ଦର ହୁ ହୁ ହୋଇ ବଢି ଚାଲିଥିଲା । ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ପୁଣି ସୁନା ଦର କମିବାରେ ଲାଗିଛି । ଗତ ସପ୍ତାହରେ ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।
ସେପ୍ଟେମ୍ବର ୫ ତାରିଖରେ ପ୍ରତି ଦଶଗ୍ରାମ ୪୦,୪୭୦ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୧୨ ତାରିଖରେ ଏହା ୩୮,୭୭୫ ଟଙ୍କାରେ ପହଞ୍ଚିଛି ।

ଗତ ବର୍ଷ ଏହି ସମୟରେ ସୁନା ଦର ୩୦-୩୧ ହଜାର ଟଙ୍କା ରହିଥିଲା। ଏବେ ପ୍ରାୟ ୮ ହଜାର ଟଙ୍କା ଅଧିକ ରହିଛି ।

ହେଲେ ଅକ୍ଟୋବରରେ ପୂଜା ଓ ପରେ ଦୀପାବଳି ଆସୁଥିବାର ସୁନାର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ଏହି ସମୟରେ ସୁନାଦର ପୁଣି ୪୦ ହଜାର ଟଙ୍କା ପାର କରିପାରେ ବୋଲି ଅନେକ ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।

ଏବେ ସାରା ଦୁନିଆରେ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ସୁଧହାରକୁ ହ୍ରାସ କରୁଛନ୍ତି । ଏହାର ପ୍ରଭାବରେ ସୁନାର ଦର ଆହୁରି ହ୍ରାସ ପାଇପାରେ । ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟା ବାର୍ତ୍ତା ସଫଳ ହୋଇ ପାରିଲେ ସୁନାଦର ହ୍ରାସ ପାଇବ ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.