Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସୁନା ଦର ୧୦ ଗ୍ରାମ ୪୧ହଜାର , ରୂପା କିଲୋ ପିଛା ଦର ୪୮,୬୬୦ଟଙ୍କା ଛୁଇଁଲା

6/01/2020 at 3:18 PM

ନୂଆଦିଲ୍ଲୀ ୦୬।୦୧  ମଧ୍ୟପ୍ରାଚ୍ୟରେ ଅସ୍ଥିରତାର ପ୍ରଭାବ ପଡିଛି ଭାରତୀୟ ଷ୍ଟକ ମାର୍କେଟ ଉପରେ । ଆଜି ସେନସେକ୍ସ ୭୦୦ପଏଣ୍ଟରୁ ଅଧିକ ଖସି ୪୦ହଜାର ୭୫୦ରେ ପହଞ୍ଚି ଯାଇଛି । ସେପଟେ ନିଫ୍ଟି ମଧ୍ୟ ୨୧୨ ପଏଣ୍ଟ ଖସି ୧୨ହଜାର ୧୪ରେ ପହଞ୍ଚି ଯାଇଛି । ଇରାନ ଏବଂ ଆମେରିକା ଭିତରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଛି । ଏହା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ଖସିଛି । ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୭୫ ଥିବା ବେଳେ ଏହା ଆଜି ୭୨.୦୬ରେ ପହଞ୍ଚିଯାଇଛି । ଯୁଦ୍ଧ ଆଶଙ୍କାରେ ନିବେଶକମାନେ ଆଶଙ୍କିତ ହୋଇ ପଡିଥିବାରୁ ସୁନାରେ ଅଧିକ ନିବେଶ କରୁଛନ୍ତି । ଫଳରେ ୧୦ଗ୍ରାମ ସୁନା ଦର ୪୧ହଜାର ଟଙ୍କା ପାର କରିଯାଇଛି । ରୂପାର ଦର ମଧ୍ୟ ବଢି ଯାଇଛି । ରୂପା କିଲୋଗ୍ରାମ ପିଛା ଦର ୪୮ହଜାର ୬୬୦ଟଙ୍କା ଛୁଇଁ ଯାଇଛି ।

  • ସେନସେକ୍ସ ଖସିଲାମଧ୍ୟପ୍ରାଚ୍ୟ ଅସ୍ଥିର, ଭାରତୀୟ ସେୟାର ମାର୍କେଟ୍ ପ୍ରଭାବିତ

  • ସେନସେକ୍ସ ୭୦୦ପଏଣ୍ଟ, ନିଫ୍ଟି ୨୧୨ ପଏଣ୍ଟ ଖସିଲା

  • ଇରାନ ଏବଂ ଆମେରିକା ଭିତରେ ଉତ୍ତେଜନା ବୃଦ୍ଧି ପାଇଛି

  • ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଛି

  • ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ଖସି ଚାଲିଛି

ଇରାନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଆମେରିକୀୟ ଡ୍ରୋନ୍ ମାଡରେ ଇରାନର ଟପ୍ କମାଣ୍ଡର ସୁଲେମାନୀଙ୍କ ମୃତ୍ୟୁ ପରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଉତ୍ତେଜନା ପୂର୍ଣ୍ଣ ହୋଇ ଯାଇଛି । ଏପଟେ ଏହାର ପ୍ରଭାବ ତୈଳ ଉତ୍ପାଦନ ଉପରେ ମଧ୍ୟ ପଡିଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ହୋର୍ମୁଜ ଜଳ ପ୍ରଣାଳୀକୁ ବନ୍ଦ କରିଦେଲେ ସ୍ଥିତି ଆହୁରି ଅଣାୟତ ହୋଇପାରେ । ସମୁଦ୍ର ମଧ୍ୟରେ ଥିବା ଏହି ଅଣ ଓସାରିଆ ଜଳପଥ ଦେଇ ସାରା ବିଶ୍ୱକୁ ପ୍ରତିଦିନ ପ୍ରାୟ ୧୫ ମିଲିୟନ ବ୍ୟାରେଲ ତୈଳ ରପ୍ତାନୀ ହୋଇଥାଏ ।

ତେଣୁ ଏହା ବନ୍ଦ ହୋଇଗଲେ ଆମେରିକା, ଇଂଲଣ୍ଡ ସମେତ ବିଶ୍ୱର ଅନେକ ଦେଶରେ ତେଲ ପାଇଁ ହାହାକାର ସୃଷ୍ଟି ହେବ । କେବଳ ତେଲର ଦର ବୃଦ୍ଧି ହେବ । ଭାରତ ଓ ଚୀନ ଭଳି ବୃହତ ଉପଭୋକ୍ତା ଦେଶରେ ତେଲ ଦରରେ ବୃଦ୍ଧିର ସବୁଠାରୁ ସାଂଘାତିକ ପ୍ରଭାବ ଦେଖିବାକୁ ମିଳିବ ।

   Related Posts