ପୂଜା ପୂର୍ବରୁ ପୁଣି କମିଲା ସୁନାଦର -ଜାଣନ୍ତୁ ଆଜିର ଦର

Published By : Prameya-News7 Bureau | September 25, 2019 IST

ନୂଆଦିଲ୍ଲୀ - ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସୁନାଦର ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ଏହା ହ୍ରାସ ପାଇବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନା ଦର ଉପର ତଳ ହେଉଥିବା ବେଳେ ଏବେ ଘରୋଇ ବଜାରରେ ଏହାକ ଦର ହ୍ରାସ ପାଇଛି । ବୁଧବାରରେ ଦିଲ୍ଲୀର ଅଳଙ୍କାର ବଜାରରେ ସୁନାଦର ପ୍ରତି ୧୦ ଗ୍ରାମ ୨୭୫ ଟଙ୍କା କମି ୩୮୬୭୦ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦର କିଲୋପ୍ରତି ୧୫୦ ଟଙ୍କା କମି ୪୮୬୫୦ ଟଙ୍କାରେ ପହଞ୍ଚିଛି । ପୁଣିଥରେ ସୁନା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟ ବଜାରରେ ବି ସୁନାଦର ହ୍ରାସ ପାଇଛି। ସୁନାଦର ପ୍ରତି ଆଉନ୍ସ ୦.୪୦ ପ୍ରତିଶକ ହ୍ରାସ ପାଇ ୧୫୩୦.୭୦ ଡଲାରରେ ପହଞ୍ଚିଛି । ସେହିପରି ରୂପା ଦର ୦.୦୩ ପ୍ରତିଶତ ହ୍ରାସ ପାଇଛି ।

{"id":162744}


ସ୍ଥାନୀୟ ବଜାରରେ ଲଗାତାର ୪ ଦିନ ପାଇଁ ସୁନାଦର ହ୍ରାସ ପାଇଛି । ୨୪ କ୍ୟାରେଟ୍‌ ସୁନାଦର ପ୍ରତିଦଶଗ୍ରାମ ୨୭୫ ଟଙ୍କା ହ୍ରାସ ପାଇ ୩୮୬୭୦ ପହଞ୍ଚିଛି ।
ରୂପା ଦର ମଧ୍ୟ ଲଗାତାର ଭାବେ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.