Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

କମ୍‌ ରହିଛି ସୁନାଦର- ପ୍ରତି ୧୦ ଗ୍ରାମ ସର୍ବାଧିକ ଦରଠାରୁ ୧୨୦୦ ଟଙ୍କା କମ୍‌ ଅଛି

23/01/2020 at 1:29 PM

ନୂଆଦିଲ୍ଲୀ ୨୩।୦୧ – ସୁନାଦର ଏବେ ସର୍ବଧିକ ଦର ଅପେକ୍ଷା ୧୨ଶହ ଟଙ୍କା କମ୍‌ ଅଛି । ଗତ ମାସରେ ସୁନା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏହା ପ୍ରତି ୧୦ ଗ୍ରାମ ୪୧ ହଜାର ଟଙ୍କା ପାର କରିଥିଲା । ଏମ୍‌ସିଏକ୍ସ ବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ପ୍ରତି ୧୦ ଗ୍ରାମ ୩୯,୯୩୦ ଟଙ୍କା ରହିଛି । ରୂପାଦର ୦.୩ ପ୍ରତିଶତ ହ୍ରାସ ପାଇ ପ୍ରତି କିଲୋ ୪୬,୧୦୨ ଟଙ୍କା ରହିଥିଲ ।

ସୁନାଦର ବୃଦ୍ଧି ପାଇ ସର୍ବାଧିକ ୪୧,୩୦୦ ଟଙ୍କାରେ ପହଞ୍ଚିଥିଲା । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଥିଲା । ଆଗକୁ ସୁନାଦର ଆହୁରି କମିବ ବୋଲି ଆଶା କରାଯାଉଛି। ଏହା ପ୍ରତି ୧୦ ଗ୍ରାମ ୩୯,୬୦୦ ଟଙ୍କାରେ ପହଞ୍ଚିବ ।

ଏବେ ଚୀନ୍‌ରେ କୋରୋନା ଭାଇରସ୍‌ ବ୍ୟାପୁଥିବା ଖବର ପରେ ସୁନାଦରରେ ସ୍ଥିରତା ଦେଖା ଦେଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତିଆଉନସ୍‌ ୧୫୫୮.୯୩ ଆମେରିକୀୟ ଡଲାର ଥିବା ବେଳେ ରୂପା ପ୍ରତି ଆଉନସ୍‌ ୧୭.୮୨ ଆମେରିକୀୟ ଡଲାର ରହିଛି ।

   Related Posts