ଲଗାତାର ତୃତୀୟ ଦିନ ଶସ୍ତା ହେଲା ସୁନା, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

Published By : Prameya-News7 Bureau | May 27, 2020 IST

ଭୁବନେଶ୍ଵର ୨୭।୦୫: କ୍ରମାଗତ ତିନି ଦିନ ହେବ ବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି। ବିଶ୍ଵରେ ସୁନାର ଚାହିଦା ହ୍ରାସ ପାଇବାରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି।  ମଙ୍ଗଳବାର ପରି ବୁଧବାର ଅର୍ଥାତ ମେ ୨୭ରେ ସୁନା-ରୂପା ଦରରେ ଅହେତୁକ ହ୍ରାସ ଦେଖିବାକୁ ମିଳିଛି। ଆଜି ସକାଳେ ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୪୬,୩୬୦କୁ ଖସିଛି। ଗତ ଶୁକ୍ରବାର ତୂଳନାରେ ସୁନା ୧୦ ଗ୍ରାମ ପ୍ରତି ୫୩୯ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୭୦୫ ଟଙ୍କା ଶସ୍ତା ହୋଇ ୪୬,୯୨୦ରେ ପହଞ୍ଚିଛି।

ଅନ୍ୟପଟେ ୨୪ କ୍ୟାରେଟ୍ ଅର୍ଥାତ ୯୯୯ ଧାତୁ ସୁନାର ମୂଲ୍ୟ ମଙ୍ଗଳବାର ତୂଳନାରେ ଆଜି ୫୩୯ ଟଙ୍କା ଶସ୍ତା ହୋଇଛି। ସେହି ପରି ୨୩ କ୍ୟାରେଟ୍‌ ଅର୍ଥାତ ୯୯୫ ସୁନା ୧୦ ଗ୍ରାମ ପିଛା ୫୪୨ ଟଙ୍କା ଶସ୍ତା ହୋଇଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯୪ ଟଙ୍କା ଶସ୍ତା  ହୋଇ ୧୦ ଗ୍ରାମ ପିଛା ୪୨, ୩୭୪ ଟଙ୍କାରେ ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଓ ଟଙ୍କା-ଡଲାରର ବିନିୟମୟ ମୂଲ୍ୟରେ ଉତଥାନପତନ ଏବଂ ଭାରତରେ ରପ୍ତାନୀ ଶୁଳ୍କ ଓ ଜିଏସଟି ଦର ପ୍ରଭାବରେ ସୁନା ଦର  ହ୍ରାସ ପାଇଛି।

ବିଶ୍ଵ ବଜାରରେ ସୁନାର ଦର ଦୁଇ ସପ୍ତାହ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏକ ଆଉନ୍ସ ପିଛା ୧୭୧୦ ଡଲାର ତଳକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି, ଏମସିଏକ୍ସ ସୁନାରେ ଆଜି କାରବାର ଉତ୍ସାହଜନକ ହୋଇ ନାହିଁ। ହଂକଂକୁ ନେଇ ଚୀନର ପ୍ରସ୍ତାବିତ ସୁରକ୍ଷା ଆଇନ୍‌ ଉପରେ ଆମେରିକାର ପ୍ରତିକ୍ରିୟାର ପ୍ରଭାବ ବିଶ୍ଵର ଅର୍ଥନୀତି ଉପରେ ମଧ୍ୟ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.