ବାହା ସିଜିନରେ ଗହଣା ଶସ୍ତା: ଗୋଟିଏ ଦିନରେ ସୁନା ୬୦୦ ଟଙ୍କା କମିଲା, ରୂପା ଆହୁରି ଖସିଲା

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୦୬: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଗହଣାର ଚାହିଦା ହ୍ରାସ ପାଇବାର ପ୍ରଭାବ ଭାରତୀୟ ବଜାରରେ ପଡିଛି। ସେ ପୁଣି ବିବାହ ସିଜିନରେ ସୁନାଗହଣା ଦର ହ୍ରାସ ଘଟିଛି। ଆଜି ଏମସିଏକ୍ସରେ ସୁନା ୬୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୭୫୫ ଟଙ୍କା ରହିଛି। ଯାହା ଗତ ସିଜିନ ତୂଳନାରେ ୦.୧୨ ପ୍ରତିଶତ ହ୍ରାସ ଘଟିଛି। ସେହି ପରି ରୂପା ଦର ମଧ୍ୟ ଦୁଇ ଦିନରେ ୧୫୦୦ ଟଙ୍କା ହ୍ରାସ ପାଇଛି। ଆଜି ଏକ କିଲୋଗ୍ରାମ ରୂପା ଦର ୪୬,୯୫୩ ଟଙ୍କା ରହିଛି।

ଭାରତରେ ଗହଣା ଦୋକାନ ପୁଣି ଥରେ ଖୋଲିବା ପରେ ମଧ୍ୟ ସୁନାର ଚାହିଦା ହ୍ରାସ ପାଇବାରେ ଲାଗିଛି। କରୋନା ଲକ୍‌ଡାଉନ୍ ସମୟରେ ଲୋକେ ସୁନା ପ୍ରତି ସେତେଟା ରୁଚି ପ୍ରକାଶ କରୁ ନାହାନ୍ତି। ଫଳରେ ସୁନା ବଜାର ମାନ୍ଦା ରହିଛି ଏବଂ ଦରରେ ହ୍ରାସ ଘଟିଛି। ସେହି ପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଅନ୍ସ ପ୍ରତି ୨୦ ଡଲାର ରହିଛି। ଭାରତରେ ଘରୋଇ ସୁନା ମୂଲ୍ୟରେ ଆମଦାନୀ ଶୁଳ୍କ ଭାବେ ୧୨.୫ ପ୍ରତିଶତ ଓ ୩ ପ୍ରତିଶତ ଜିଏସଟି ସାମିଲ।

ବିଶ୍ଵ ବଜାରରେ ଗତ ସପ୍ତାହରୁ କିଛି ଦିନ ହେବ ସୁନା ଦର ହ୍ରାସ ପାଇବାରେ ଲାଗିଛି।  ବେଜିଂରେ କରୋନାର ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହେବା ଆଶଙ୍କାରେ ବଜାରରେ ସୁନା ଦର ହ୍ରାସ ଘଟିଛି। ଗତ ସପ୍ତାହରେ ମୂଲ୍ୟବାନ ଧାତୁ ୨.୫  ପ୍ରତିଶତରୁ ଅଧିକ ବଢିବା ପରେ ସ୍ପଟ୍ ଗୋଲ୍ଡ ୦.୭ ପ୍ରତିଶତ ହ୍ରାସ ପାଇ ଅନ୍ସ ପିଛା ୧୭୧୮.୩ ଡଲାର ରହିଥିଲା। ସେହି ପରି ରୂପା ୧.୭ ପ୍ରତିଶତ ହ୍ରାସ ପାଇ ୧୭.୧୪ ଡଲାର ଓ ଚାନ୍ଦି ୦.୬ ପ୍ରତିଶତ ହ୍ରାସ ପାଇ ୮୦୦.୫୯ ଡଲାର ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.