୮୭୫ ଟଙ୍କା ଖସିଲା ରୂପା ଦାମ୍, ଜାଣନ୍ତୁ ଆଜି କେତେ ଶସ୍ତା ହେଲା ସୁନା

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩।୧୦: ଅନ୍ତରାଷ୍ଟ୍ରୀୟସ୍ତରରେ ହ୍ରାସ ପାଇଥିବା ସୁନା ଦର ଏବଂ ସମଗ୍ର ଦୁନିଆର ଘରୋଇ ପୁଞ୍ଜିବଜାରରେ ଜୋରଦାର କିଣାବିକା କାରଣରୁ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ହ୍ରାସ ଘଟିଛି। ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ ହ୍ରାସ ପାଇ ୫୨ ହଜାରରୁ କମ ରହିଛି। ଏହି ସମୟରେ ଏକ କିଲୋଗ୍ରାମ ରୂପାର ଦାମରେ ୮୭୫ ଟଙ୍କା  ଶସ୍ତା ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଦୀପାବଳି ପର୍ଯ୍ୟନ୍ତ ସୁନା ଦାମ୍ ସ୍ଥିର ରହିପାରେ। ଅଧିକ ହେଲେ ୧୦ ଗ୍ରାମ ସୁନାର ଦାମ୍ ୫୧,୫୦୦ ଟଙ୍କାରୁ ବଢି ୫୨,୮୦୦ ଟଙ୍କା ପର୍ଯ୍ୟନ୍ତ ରହିପାରେ। ଅତି ବେଶି ହେଲେ ସୁନା ଦାମ ୧୦ ଗ୍ରାମ ପ୍ରତି ୪୯,୮୦୦ ଟଙ୍କାକୁ ଖସି ପାରେ।

ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ, ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ସୁଦ୍ଧ ୧୦ ଗ୍ରାମ ସୁନାର ଦାମ୍ ମଙ୍ଗଳବାର ୧୩୩ ଟଙ୍କା ଶସ୍ତା ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୫୧,୯୮୯ ଟଙ୍କା ରହିଛି। ସୋମବାର ୧୦ ଗ୍ରାମ ସୁନାର ଦାମ ୫୨, ୧୨୨ ଟଙ୍କାରେ ବନ୍ଦ ହୋଇଥିଲା।

ମଙ୍ଗଳବାର ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। ଏକ କିଲୋଗ୍ରାମ ରୂପାର ଦାମ ୮୭୫ ଟଙ୍କା ଶସ୍ତା ହୋଇ ୬୩,୮୬୦ ଟଙ୍କାରେ ପହଞ୍ଚିଛି। ସୋମବାର ରୂପାର ଦାମ୍ ୬୪, ୭୩୫ ଟଙ୍କାରେ ବନ୍ଦ ରହିଥିଲା। ଏହି ପ୍ରକାର ଆଜି ଏକ କିଲୋଗ୍ରାମ ରୂପାର ଦାମରେ ୮୭୫ ଟଙ୍କା ଶସ୍ତା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.