୭୦୦ ଟଙ୍କା ହ୍ରାସ ହେଲା ସୁନା, ଶସ୍ତା ହେଲା ରୂପା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ଦର

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୦୮।୦୩-  ବଜାରରେ ଚାହିଦା ଏବଂ ଲାଭରେ ହ୍ରାସ ଘଟିବା ପରେ ଦେଶରେ ସୁନା ଦର ରେକର୍ଡ ହ୍ରାସ ଘଟିଛି। ଶୁକ୍ରବାର ଏମସିଏକ୍ସ ସୁନାର ଦର ୦.୪ ପ୍ରତିଶତ ତଳକୁ ଖସି ୧୦ ଗ୍ରାମ ପିଛା ୪୪, ୨୩୮ ଟଙ୍କାର ସ୍ତରରେ  ପହଞ୍ଚିଛି। ଯାହା ୪୪, ୯୬୧ ଟଙ୍କାର ରେକର୍ଡ ସ୍ତରରେ  ପହଞ୍ଚିଥିଲା। ଯାହା ଏବେ ୭୦୦ ଟଙ୍କା  ହ୍ରାସ ଘଟିଛି। ସେହି ପରି ରୂପା ଦର ନିଜର ଉଚ୍ଚ ସ୍ତର ଛୁଇଁବା ପରେ ହ୍ରାସ  ଘଟିଛି। ଏମସିଏକ୍ସରେ ରୂପା ୦.୪୩ ହ୍ରାସ ଘଟି କିଲୋଗ୍ରାମ ପ୍ରତି ୪୭,୧୭୦ ଟଙ୍କାରେ ପହଞ୍ଚିଛି। ଯାହା କିଛି ଦିନ  ତଳେ ରେକର୍ଡ ୫୦,୧୨୩ ଟଙ୍କାରେ ରହିଥିଲା।

ଭାରତୀୟ  ବଜାରରେ ସୁନାର ଦର ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ଛୁଇଁବା ଲୋକଙ୍କ ଚାହିଦାକୁ କମ ଦେଇଥିଲା। ଫଳରେ ଡିଲର ଏବେ ସୁନାରେ ଡିସ କାଉଣ୍ଟର ଅଫର ଦେଉଛନ୍ତି। ଭାରତରେ ସୁନା ଦରରେ ୧୨.୫ ପ୍ରତିଶତ ଆମଦାନୀ କର ଓ ୩ ପ୍ରତିଶତ ଜିଏସଟି ସାମିଲ ଥାଏ। ଅଧିକ ଡିସକାଉଣ୍ଟ ପରେ ମଧ୍ୟ ବଜାରରେ ସୁନାର ଚାହିଦା ହ୍ରାସ ଘଟିଛି। ସୂତ୍ର ମୁତାବକ ଏକ  ବର୍ଷ ପୂର୍ବେ ସୁନାର ଚାହିଦା ଯାହା ଥିଲା ସଂପ୍ରତି ସେଥିରେ ୪୦ ପ୍ରତିଶତ ହ୍ରାସ ଘଟିଛି।

ସଂପ୍ରତି କରୋନାର ପ୍ରଭାବ ଓ ମୌଦ୍ରିକ ନୀତି କାରଣରୁ ବୈଶିକ ଦର ଘରୋଇ ସୁନା ଦରକୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ  ପହଞ୍ଚାଇଥିଲା। ଏହା ସହିତ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଘଟିଛି। ୧୬ ମାସରେ ଭାରତୀୟ ମୁଦ୍ରା ଟଙ୍କା ଡଲାର ତୂଳନାରେ ହ୍ରାସ ହେବା ଦେଶରେ ସୁନା ଦର ବୃଦ୍ଧିକୁ ପ୍ରୋତ୍ସାହିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.