Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୯୦୦୦ ଟଙ୍କା ଶସ୍ତା ହେଲା ସୁନା ! ଜାଣନ୍ତୁ ନୂଆ ଦର

25/06/2021 at 1:59 PM

ନୂଆଦିଲ୍ଲୀ,୨୫/୦୬  ଚମକ ହରାଉଛି ସୁନା । ଲଗାତର ଭାବେ ଖସୁଛି ଦର । ଦେଶରେ ସୁନା ଦର ହ୍ରାସ ପାଇବା କାରଣରୁ ବଜାରରେ ଅଚଳାବସ୍ଥା ଜାରି ରହିଛି । ଏବେ ବିବାହ ଋତୁ ଚାଲିଛି । ଅନେକ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ସୁନାର ଦାମ୍ ହ୍ରାସ ପାଇବା କାରଣରୁ ବଜାର ଖୋଲିବା ପରେ ଗ୍ରାହକ ସୁନା ଅଧିକ ମାତ୍ରାରେ କିଣୁଥିବା ନଜର ଆସିଛି । ଗତ ୧୦ ଦିନରେ ୬ ଥର ପାଇଁ ସୁନା ଦର ହ୍ରାସ ପାଇଛି । ଗତ ସପ୍ତାହରେ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧୪୦୦ ଟଙ୍କା ହ୍ରାସ ପାଇଥିଲା । ଏହାପରେ ଦାମ୍ କିଛି ମାତ୍ରାରେ ବଢିଥିଲେ ସୁଦ୍ଧା ପୁଣି ଖସିଥିଲା ।

ଦିଲ୍ଲୀ ଗହଣା ବଜାରରେ ଗୁରୁବାର ସୁନା ଦର ୧୦ ଗ୍ରାମ୍ ପିଛା ୪୬୩୭୬ ଟଙ୍କାରୁ କାରବାର ଆରମ୍ଭ କରିଥିଲେ ମଧ୍ୟ ୪୬୨୮୩ ଟଙ୍କାକୁ ଖସି ଆସିଥିଲା । ଏପରି ଭାବେ ସୁନା ସର୍ବୋଚ୍ଚ ଦରଠୁ ୯୦୦୦ ଟଙ୍କା ଶସ୍ତା ହେଲାଣି । ଗତବର୍ଷ କରୋନା ମହାମାରୀ ବେଳେ ସୁନା ୧୦ ଗ୍ରାମ୍ ପିଛା ୫୫୦୦୦ ଟପିଥିଲା । ତେବେ ରୁପା ଗୁରୁବାର କେଜି ପିଛା ୬୬୬୯୦ ଟଙ୍କାରୁ କାରବାର ଆରମ୍ଭ କରିଥିବା ବେଳେ ୬୬୭୮୯ ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୧୭୮୦ ଡଲାର ରହିଛି । ସେହିପରି ରୁପା ଦର କେଜି ପିଛା ଅନ୍ତରାଷ୍ଟ୍ରୀୟ ବଜାରରେ ଆଉନ୍ସ ପିଛା ୨୫.୯୬ ଡଲାରରେ ଟ୍ରେଡ୍ କରୁଛି ।

   Related Posts