Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ଦାମ୍‌

22/04/2021 at 4:54 PM

ନୂଆଦିଲ୍ଲୀ ୨୨/୪: ସୁନାର ଚମକ୍‌ ପୁଣି ଥରେ କମିଛି। ଭାରତୀୟ ବଜାରରେ ସୁନା ଦାମ କମିଥିବା ଜଣାପଡ଼ିଛି। ଲଗାତାର କିଛି ଦିନ ହେଲା ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏଚଡିଏଫସି ସିକ୍ୟୁରିଟିଜ୍‌ ଅନୁସାରେ ଦିଲ୍ଲୀରେ ସୁନା ଦାମ ୧୬୮ ଟଙ୍କା କମି ୪୭,୪୫୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ଏହା ପୂର୍ବରୁ ୧୦ ଗ୍ରାମ ପ୍ରତି ସୁନା ଦାମ ୪୭,୬୧୮ ଟଙ୍କା ଥିଲା। ସେପଟେ ରୁପା ଦାମ ବଢ଼ିଛି। ରୁପା କିଲୋ ପ୍ରତି ୬୮,୮୭୯ ଟଙ୍କା ଥିବା ବେଳେ ଏଥିରେ ୨୩୮ ଟଙ୍କା ବୃଦ୍ଧି ଘଟି ୬୯,୧୧୭ ଟଙ୍କା ହୋଇଯାଇଛି।

ଅନ୍ତର୍ଜାତୀୟ ବଜାରରେ ବହୁମୂଲ୍ୟ ଧାତୁର ମୂଲ୍ୟ ହ୍ରାସ ଏବଂ ଟଙ୍କା ମୂଲ୍ୟରେ ସୁଧାର ଯୋଗୁ ଦିଲ୍ଲୀ ସରଫା ବଜାରରେ ଗୁରୁବାର ସୁନା ୩୦୫ ଟଙ୍କା ହ୍ରାସ ସହ ୪୬୭୫୬ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଜିଜେଇପିସି ଅନୁସାରେ ମାର୍ଚ୍ଚରେ ସୁନା ଆମଦାନୀ ବଢ଼ି ୧୬୦ ଟନ୍‌ରେ ପହଞ୍ଚିଛି। ଆମଦାନୀ ଶୁଳ୍କ କମିବା ଏବଂ ସୁନା ଦାମ କମିବା ଯୋଗୁ ଏହା ସମ୍ଭବ ହୋଇଛି । କିନ୍ତୁ ଏହା ପୂର୍ବରୁ ୨୦୧୯-୨୦ ମାର୍ଚ୍ଚରେ ୨୮.୦୯ ଟନ୍‌ ସୁନା ଆମଦାନୀ ହୋଇଥିଲା।  

ତେବେ ସୁନା କିଣିବା ବେଳେ ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼େ। ନଚେତ ଠକାମୀରେ ଶିକାର ହୋଇପାରନ୍ତି। ବିଶେଷ କରି ସୁନା କିଣିବା ସମୟରେ ଏହା ଉପରେ ଥିବା ହଲମାର୍କ ଦେଖିବା ଜରୁରୀ। ହଲ୍‌ମାର୍କ ସାର୍ଟିଫିକେସନ୍‌ର ଅର୍ଥ ସୁନା ଅସଲି। ଏହି ହଲ୍‌ମାର୍କ ସାର୍ଟିଫିକେସନ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ପକ୍ଷରୁ ଦିଆଯାଇଥାଏ । ବଡ଼ ବଡ଼ ଗହଣା ଦୋକାନରେ ହଲମାର୍କ ଥିବା ଅଳଙ୍କାର ମିଳୁଥିବା ବେଳେ ସ୍ଥାନୀୟ ଦୋକାନରେ ସୁନା ଅସଲି କି ନାହିଁ ଗ୍ରାହକ ନିଜେ ଚିହ୍ନିବା ଦରକାର।

   Related Posts