Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଲଗାତାର ପଞ୍ଚମ ଦିନରେ ସୁନା ହେଲା ଶସ୍ତା, ଆଗାମୀ ୩-୫ ବର୍ଷରେ ଦୁଇଗୁଣ ବଢ଼ିପାରେ ଦାମ୍‌

5/08/2021 at 5:30 PM

ନୂଆଦିଲ୍ଳୀ ୫/୦୮: ସୁନା ଏବଂ ରୂପା କିଣିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ବଜାରରେ ଲଗାତାର ପଞ୍ଚମ ଦିନରେ ସୁନା ଦାମ କମିଛି । ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଦର ୦.୧୭ ପ୍ରତିଶତ ହ୍ରାସ ହେବା ସହ ୪୭,୮୧୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି। ସେପଟେ ରୂପା ଦାମ ୦.୩୧ ପ୍ରତିଶତ ପ୍ରତି କିଲୋଗ୍ରାମ ଉପରେ ଖସିଛି । ୫ ଦିନରେ ୧୦ ଗ୍ରାମ ସୁନା ଉପରେ ୭୦୦ ଟଙ୍କା ଶସ୍ତା ହୋଇଛି।

ସୁନାର ନୂଆ ଦାମ
ଏମସିଏକ୍ସରେ ସୁନା ଦାମରେ ୮୨ ଟଙ୍କା ହ୍ରାସ ହେବା ସହ ପ୍ରତି ୧୦ ଗ୍ରାମକୁ ୪୭,୮୧୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୦.୧ ପ୍ରତିଶତ ଖସି ୧,୮୯.୯୬ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି।

ରୂପା ଦାମ କେତେ ?
ଗୁରୁବାର ଏମସିଏକ୍ସରେ ରୂପା ୨୦୯ ଟଙ୍କା ଶସ୍ତା ହେବା ସହ କିଲୋ ପ୍ରତି ୬୭,୩୯୨ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ମାର୍କେଟରେ ରୂପା ଦଳ ୨୫.୩୪ ଡଲାର ପ୍ରତି ଆଉନ୍ସ ଥିବା ଜଣାପଡ଼ିଛି। ଗତ ଟ୍ରେଡିଂ ସେସନରେ ୩ ସପ୍ତାହ ରୂପା ମୂଲ୍ୟ ଅଧିକ ଥିବା ବେଳେ ଆଜି କମିଛି।

ଆଗାମୀ ୩-୫ ବର୍ଷରେ ଦୁଇଗୁଣ ବଢ଼ିପାରେ ସୁନା ଦାମ
ଜଣେ ଫଣ୍ଡ ମ୍ୟାନେଜରଙ୍କ ମତରେ, ଆଗାମୀ ୩-୫ ବର୍ଷ ମଧ୍ୟରେ ସୁନା ଦାମ ଦୁଇ ଗୁଣ ବୃଦ୍ଧି ପାଇପାରେ। ଆଗାମୀ ୩ରୁ ୫ ବର୍ଷ ବେଳକୁ ଅନ୍ତର୍ଜାତୀୟ ବଜାରରେ ସୁନା ୩୦୦୦-୫୦୦୦ ଡଲାର ପ୍ରତି ଆଉନ୍ସ ହୋଇଥିବ ବୋଲି ଆକଳନ କରାଯାଉଛି । ଏହା ପୂର୍ବରୁ ଅଗଷ୍ଟ ୨୦୨୦ରେ ସୁନା ଦାମ ୨୦୫୭ ଡଲାର ପ୍ରତି ଆଉନ୍ସ ହୋଇଥିଲା। ଯାହାକି ଅଲ ଟାଇମ୍‌ ହାଇରେ ଦାମ ପହଞ୍ଚିଥିବା ନେଇ ରେକର୍ଡ ରହିଛି। ଡିଏଗୋ ପାରିଲା ୨୦୧୬ରେ ଅନୁମାନ କରିଥିଲା ଆଗାମୀ ୫ ବର୍ଷରେ ସୁନା ଦାମ ସର୍ବକାଳୀନ ରେକର୍ଡ ଭାଙ୍ଗିବ। ଠିକ୍‌ ୫ ବର୍ଷ ପରେ ତାହା ହିଁ ଦେଖିବାକୁ ମିଳିଥିଲା।  

   Related Posts