Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁନା-ରୂପା ଏବେ ଲଗାତାର କମୁଛି: ଆଜି ଦିନକରେ ୧୦ ଗ୍ରାମ ସୁନା ୧୨୨୮ ଟଙ୍କା ଶସ୍ତା, ରୂପା କମିଛି ୫୦୦୦ରୁ ବେଶି

12/08/2020 at 7:26 PM

ନୂଆଦିଲ୍ଲୀ ୧୨।୦୮: ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦର ବିଗତ ୭ ବର୍ଷରେ ସବୁଠୁ ବଡ ହ୍ରାସ ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି। ମଙ୍ଗଳବାର ପରେ ବୁଧବାର ମଧ୍ୟ ଦିଲ୍ଲୀ ସରାଫା ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଛି। ସେପଟେ ଗୋଟିଏ କିଲୋଗ୍ରାମ ରୂପା ଦାମ ୫,୧୭୨ ଟଙ୍କା  ତଳକୁ ଖସିଛି। ବିଶେଷଜ୍ଞଙ୍କ ଅନୁଯାୟୀ ବିଦେଶୀ ବଜାରରେ ସୁନାର ମୂଲ୍ୟ ୭ ବର୍ଷର ସବୁଠୁ ବଡ ହ୍ରାସ ଘଟିଛି। କମେକ୍ସ ଉପରେ ସୁନାର ମୂଲ୍ୟ ହ୍ରାସ ହୋଇ ଅନ୍ସ ପିଛା ୧୯୨୧ ଡଲାରରେ ପହଞ୍ଚିଛି।

ବୁଧବାର ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ସୁଦ୍ଧତାର ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୪,୧୭୪  ଟଙ୍କା ରହିଛି। ଏହି ସମୟରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୧୨୨୮ ଟଙ୍କା  ଶସ୍ତା ହୋଇଛି। ଅନ୍ୟପଟେ ମୁମ୍ବାଇରେ ୯୯.୯ ପ୍ରତିଶତ ସୁନାର ଦାମ କମ ହୋଇ ୧୦ ଗ୍ରାମ ପିଛା ୫୩,୯୫୧ ଟଙ୍କାରେ ପହଞ୍ଚିଛି।

ମଙ୍ଗଳବାର ସୁନା ପରି ରୂପା ଦାମରେ ମଧ୍ୟ ହ୍ରାସ ଘଟିଛି। ଦିଲ୍ଲୀରେ ଏକ କିଲୋଗ୍ରାମ ରୂପାର ଦାମ ୭୨,୭୫୬ ଟଙ୍କାରୁ ହ୍ରାସ ଘଟି ୬୭,୫୮୪କୁ ଖସି ଆସିଛି। ଏହି ସମୟରେ ରୂପା କିଲୋଗ୍ରାମ ପିଛା ୫,୧୭୨ ଟଙ୍କା ରେକର୍ଡ ହ୍ରାସ ଘଟିଛି। ଅନ୍ୟପଟେ ମୁମ୍ବାଇରେ ଦାମ ଖସି କିଲୋ ପିଛା ରୂପା ୭୧୨୧୧ ଟଙ୍କା ରହିଛି।

   Related Posts