Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ବାହା ସିଜନ୍‌ ପରେ ସୁନା କମିଲା ! ଆଜି ଶସ୍ତା ହୋଇଛି ସୁନା, କିନ୍ତୁ ରୁପା କିଲୋ ୪ ଟଙ୍କା ବଢ଼ିଛି

22/07/2021 at 7:24 PM

ନୂଆଦିଲ୍ଲୀ ୨୨/୭: ଭାରତୀୟ ସରଫା  ବଜାରରେ ଶୁକ୍ରବାର ସୁନା ଦାମ କମିଛି। ଦାମ୍‌ ହ୍ରାସ ହେବା ସହ ୧୦ ଗ୍ରାମ ସୁନାର ଦାମ ପାଖାପାଖି ୪୬ ହଜାର ଟଙ୍କାରେ ପହଞ୍ଚିଛି। ସେପଟେ ରୁପା ଦାମରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବ୍ୟବସାୟିକ ଦିନରେ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୁନା ଦର ୪୬,୭୧୬ ଟଙ୍କା ଥିଲା। ଏହା ସହ ରୁପା କିଲୋ ପ୍ରତି ୬୫,୪୮୦ ଟଙ୍କା ଥିଲା। ଅନ୍ତର୍ଜାତୀୟ ବଜାରରେ ଗୋଲ୍ଡର ଦାମ୍‌ ଆଜି ହ୍ରାସ ଘଟିଥିବା ବେଳେ ରୁପା ଦରରେ ଅଧିକ ପରିବର୍ତ୍ତନ ହୋଇନାହିଁ।

ସୁନାର ନୂଆ ମୂଲ୍ୟ


ଦିଲ୍ଲୀ ସରଫା ବଜାରରେ ଗୁରୁବାର ସୁନା ଦାମ ୨୬୪ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ଘଟିଛି। ରାଜଧାନୀ ଦିଲ୍ଳୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ଆଜିର ମୂଲ୍ୟ ୪୬,୪୫୨ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ କମି ୧୭୯୭ ଡଲାର ପ୍ରତି  ଆଉନ୍ସ ରହିଛି।

କଣ ରହିଛି ରୁପା ଦାମ ?
ରୁପା ଦାମରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି। ଦିଲ୍ଲୀ ସରଫା ବଜାରରେ ଗୁରୁବାର ରୁପା ଦାମରେ ୪ ଟଙ୍କା ବୃଦ୍ଧି ହୋଇ ୬୫,୪୮୪ ଟଙ୍କା ପ୍ରତି କେଜିରେ ପହଞ୍ଚିଛି।

ଗୋଲ୍ଡ ପ୍ରାଇସ୍‌ରେ ହ୍ରାସ କାହିଁକି ?


ଏଚଡିଏଫସି ସିକ୍ୟୁରିଟିଜ୍‌ର ବରିଷ୍ଠ ବିଶ୍ଲେଷକ ତପନ ପଟେଲ୍‌ କହିଛନ୍ତି, ଡଲାର ମଜଭୁତ ହେବା ସହ ଆମେରିକୀୟ ବଣ୍ଡର ୟିଳ୍ଡରେ ବୃଦ୍ଧି ଯୋଗୁଁ ସୁନା ଦରରେ ହ୍ରାସ ହୋଇଛି। ତେଣୁ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ କମିଥିବା ଯୋଗୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ଦେଖିବାକୁ ମିଳିଛି।

   Related Posts