Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଗ୍ରାହକଙ୍କୁ ଝଟ୍‌କା: ପୁଣି ବଢ଼ିଲା ସୁନା ଦାମ୍‌, ରୂପା କିଲୋପ୍ରତି ୩୯୬ ଟଙ୍କା ମହଙ୍ଗା

26/07/2021 at 6:31 PM

ନୂଆଦିଲ୍ଲୀ ୨୬/୭: ଭାରତୀୟ ସରଫା ବଜାରରେ ୨୬ ଜୁଲାଇ (ସୋମବାର)ରେ ସୁନା ଦାମ ବୃଦ୍ଧିପାଇଛି। ଏହି ଦର ବୃଦ୍ଧି ସହ ପ୍ରତି ୧୦ ଗ୍ରାମ ପ୍ରତି ସୁନା ୪୬,୫୦୦ ଟଙ୍କା ଅତିକ୍ରମ କରିଛି । ସେପଟେ ରୂପା ଦାମ୍‌ ମଧ୍ୟ ବଢ଼ିଛି। ଗତ ବ୍ୟବସାୟିକ ଦିନମାନଙ୍କରେ ଦିଲ୍ଲୀ ସରଫା ବଜାରରେ ସୁନା ୪୬,୫୮୪ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା ।

ଏହା ସହ ରୂପା କିଲୋ ପ୍ରତି ୬୫,୬୮୪ ଟଙ୍କାରେ ବନ୍ଦ ହୋଇଥିଲା। ସେହିଭଳି ଅନ୍ତର୍ଜାତୀୟ ବଜାରରେ ସୁନା ଦାମରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ରୂପା ଦରରେ ସେମିତି ପରିବର୍ତ୍ତନ ହୋଇ ନାହିଁ।

ସୁନାର ନୂଆ ଦାମ
ଦିଲ୍ଲୀ ସରଫା ବଜାରରେ ସୋମବାର ୧୦ ଗ୍ରାମ ସୁନା ଉପରେ ୧୬୯ ଟଙ୍କା ବଢ଼ିଛି । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ନୂଆ ଦାମ ଆଜି ୪୬,୭୫୩ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ବନ୍ଦ ହୋଇଛି । ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ି ୧,୮୦୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଯାଇଛି। ଏହା ସହ ଡଲାର ତୁଳନାରେ ୪ ପଇସା ହ୍ରାସ ହୋଇଥିବା ବେଳେ ବ୍ୟବସାୟ ଆରମ୍ଭ ବେଳକୁ ଭାରତୀୟ ମୂଦ୍ରା ୭୪.୪୪ ସ୍ତର ଛୁଇଁଥିଲା ।

ରୂପା ଦର କେତେ ?
ଆଜି ରୂପା ଦାମ ମଧ୍ୟ ବୃଦ୍ଧିପାଇଛି। ଦିଲ୍ଲୀ ସରଫା ବଜାରରେ ସୋମବାର ରୂପା ଦାମ ୩୯୬ ଟଙ୍କା ବଢ଼ିଛି। ଏହା ସହ କେଜି ପ୍ରତି ରୂପା ୬୬,୦୮୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ରୂପା ଦାମରେ ସେମିତି ପରିବର୍ତ୍ତନ ହୋଇନାହିଁ।

କାହିଁକି ମହଙ୍ଗା ହେଲା ସୁନା ?
ଏଚଡିଏଫସି ସିକ୍ୟୁରିଟିଜ୍‌ର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି, ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବା ଏବଂ ଆମେରିକା ବଣ୍ଡର ୟିଲ୍ଡରେ ହ୍ରାସ ଯୋଗୁଁ ଗୋଲ୍ଡ ପ୍ରାଇସ୍‌ ବୃଦ୍ଧି ଘଟିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ିବା ଯୋଗୁଁ ତାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି ।

   Related Posts