Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପ ଷ୍ଟେଟ୍ ବ୍ୟାଙ୍କ ସିଲ୍ : ମ୍ୟାନେଜର କରୋନା ସଂକ୍ରମିତ, ଗ୍ରାହକଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର : ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ କଟକଣା ଲଗାଇଲା ବିଏମ୍‌ସି
  • ||
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||

ସୁନା ମୂଲ୍ୟରେ ଜବରଦସ୍ତ ହ୍ରାସ, କମିଲା ରୂପାର ଚମକ, ଜାଣନ୍ତୁ ଆଜିର ମୂଲ୍ୟ

17/09/2020 at 6:05 PM

ନୂଆଦିଲ୍ଲୀ ୧୭।୦୯: ବିଶ୍ଵ ସ୍ତରରେ ସୁନାର ଦାମ ହ୍ରାସର  ପ୍ରଭାବ ଗୁରୁବାର ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ସରାଫା ବଜାରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୬୦୮  ଟଙ୍କା ଶସ୍ତା ହୋଇଛି। ଏଥିରେ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୨, ୪୬୩ ରହିଛି।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ଆନାଲିଷ୍ଟ ତପନ ପଟେଲଙ୍କ ଅନୁଯାୟୀ ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରି କର କାରଣରୁ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମରେ ୧୦ ଗ୍ରାମ ପିଛା ୬୦୮ ଟଙ୍କା ହ୍ରାସ ଘଟିଛି। ଏହି ପରି ରୂପା ପ୍ରତି ନିବେଶକ କୌଣସି ଆଗ୍ରହ ଦେଖାଇ ନାହାନ୍ତି। ଏହି କାରଣରୁ ରୂପା କିଲୋ ପିଛା ୧୨୧୪ ଟଙ୍କା ଶସ୍ତା ହୋଇ ୬୯,୨୪୨ ଟଙ୍କାରେ ପହଞ୍ଚିଛି।  ଗତକାଲି ରୂପା କିଲୋ ପ୍ରତି ଦାମ ୭୦,୪୫୬ ଟଙ୍କା ରହିଥିଲା।

ବିଶ୍ଵସ୍ତରରେ ସୁନାର ଦାମରେ ହ୍ରାସ ଦେଖିବାକୁ ମିଳିଛି। ଅନ୍ତରାଷ୍ଟ୍ରୀୟସ୍ତରରେ ସୁନାର ଦାମ ଅନ୍ସ ପିଛା ୧୯୪୩.୮ ଡଲାର ରହିଛି। ଏହି ପରି ରୂପାର ମୂଲ୍ୟ ଅନ୍ସ ପିଛା ୨୬.୮୩ ଡଲାର ରହିଛି।

   Related Posts