୯୦୦୦ ଟଙ୍କା ଶସ୍ତାରେ ଏବେ କିଣନ୍ତୁ ସୁନା, ରହିଛି ବଡ ସୁଯୋଗ ! ଆଗକୁ ବଢିଯିବ ଦାମ୍

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭:  ସୁନାର ଦାମ୍ ଲଗାତର ଭାବେ ହ୍ରାସ ପାଉଛି । ସୋମବାର ମଧ୍ୟ ଦାମ୍ କମିଛି । ବିଶ୍ୱ ବଜାର ସହ ଭାରତୀୟ ବଜାରରେ ମଧ୍ୟ ଚମକ ହରାଉଛି ସୁନା । ସେହିପରି ରୁପା ୭୦ ହଜାର ଟଙ୍କା ଉପରେ କାରବାର କରୁଛି ।

ଏମସିଏକ୍ସରେ ସୁନା ସୋମବାର ସକାଳ ୧୦ ଗ୍ରାମ ପିଛା ୪୭୩୦୯ ଟଙ୍କାରେ କାରବାର କରୁଛି  । ତେବେ ରୁପା କେଜି ପିଛା ୦.୩୫ ପ୍ରତିଶତ ବୃଦ୍ଧି ପାଇ ୭୦୪୨୫ ଟଙ୍କାରେ ରହିଛି । ଏବେବି ସୁନା ନିଜର ସର୍ବାଧିକ ଦରଠୁ ୯୦୦୦ ଟଙ୍କା କମ୍ ଅଛି ।ଏଠାରେ କହିରଖୁଛୁ ଯେ, ୨୦୨୦ରେ ସୁନା ସର୍ବାଧିକ ସ୍ତରରେ ପହଁଚିଥିଲା । ଦର ୧୦ ଗ୍ରାମ ପିଛା ୫୬୨୦୦ ଟଙ୍କାରେ ପହଁଚି ଯାଇଥିଲା ।

ବିଶ୍ୱ ବଜାରରେ ମଧ୍ୟ ସୁନା ଦାମ୍ କମିଛି । ଦର ୦.୧ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୭୮୫. ୪୧ ଡଲାରରେ କାରବାର କରୁଛି। ରୁପା ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୨୬.୪୦ ଡଲାରରେ କାରବାର କରୁଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ସୁନା ନିଜ ରେକର୍ଡ ଭାଙ୍ଗି ୬୦୦୦୦ ଟପିପାରେ । ତେଣୁ ନିବେଶକ ୬ ମାସର ଅବଧିରେ ଭଲ ଲାଭ କମାଇ ପାରନ୍ତି । ଗତବର୍ଷ ସୁନା ୨୮ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଟର୍ମରେ ନିବେଶ କଲେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.