ସୁନା ବଜାରରେ ନିଆଁ : ୫୦ ହଜାର ଯାଏଁ ବଢିପାରେ ସୁନା, ୨ ମାସରେ ପ୍ରତି ୧୦ ଗ୍ରାମକୁ ବୃଦ୍ଧି ପାଇଛି ୭ ହଜାର

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯/୦୫ : କରୋନା ସଙ୍କଟ ପରିସ୍ଥିତିରେ ଆମେରିକା ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଛି | ଫଳରେ ସୁନା ଦର ଆହୁରି ଅଧିକ ବଢିବାର ଆଶଙ୍କା ରହିଛି | ସୁନା ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି | ସୋମବାର ଦିନ ଅନ୍ତରାଷ୍ଟ୍ରୀୟ ବଜାରରୁ ମିଳିଥିବା ସଂକେତ ଅନୁଯାୟୀ ଭାରତୀୟ ବଜାର ଏମସିଏକ୍ସ ରେ ୨୪ କ୍ୟାରେଟ ସୁନା ଦର ଜୁନ ମାସ ସୁଦ୍ଧା ୧୦ ଗ୍ରାମକୁ ୪୭ ହଜାର ୮୦୮ ଟଙ୍କା ହୋଇପାରେ | ଅନ୍ତରାଷ୍ଟ୍ରୀୟ ହାଜି ବଜାରରେ ମଧ୍ୟ ସୁନା ଦର ପାଖାପାଖି ସାଢେ ୭ ବର୍ଷ ଉପରକୁ ପହଞ୍ଚି ଯାଇଛି | ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ପ୍ରକୋପ ଯୋଗୁଁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଦେଖାଦେଇଛି | ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ କ୍ଷୁର୍ଣ୍ଣ ହେବାକୁ ଲାଗିଛି | ଯାହାଫଳରେ ସୁନା ଦର ବଢ଼ିବାରେ ଲାଗିଛି |

{"id":272396,"width":582,"height":333,"sizeSlug":"large"}

କେଡ଼ିଆ ଆଡ଼ଭାଇଜାରୀର ନିର୍ଦେଶକ ଅଜୟ କେଡ଼ିଆ କହିଛନ୍ତି ଯେ, କରୋନା ଭାଇରସ ପ୍ରକୋପ ଯୋଗୁଁ ବିଶ୍ୱ ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି | ଏପଟେ ପୁଣି ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟିକ ସମ୍ପର୍କରେ ଚାପ ବଢି ଚାଲିଛି | ଯାହାଫଳରେ ସବୁଠାରୁ ସୁରକ୍ଷିତ ସୁନା ପ୍ରତି ନିବେଶକଙ୍କ ଧାରା ସୁନା ପ୍ରତି ବଢି ଚାଲିଛି | ଏଞ୍ଜେଲ ବ୍ରେକିଙ୍ଗର ଡେପୁଟି ଭାଇସ ପ୍ରେସିଡେଣ୍ଟ ଅନୁଜ ଗୁପ୍ତା କହିଛନ୍ତି ଯେ, ସୁନା ବର୍ତ୍ତମାନ ନିବେଶକଙ୍କ ସବୁଠାରୁ ପସନ୍ଦ ନିବେଶକ ଉପକରଣ କାରଣ ସୁନା ସଙ୍କଟ ସମୟର ସାଥି ହୋଇଥାଏ |

{"id":272395,"sizeSlug":"large"}

ଦରିବା ଜ୍ୱେଲର୍ସ ଆସୋସିଏସନ ଅଧ୍ୟକ୍ଷ ତରୁଣ ଗୁପ୍ତା କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କିଛି କିଛି ନିୟମ କୋହଳ କରାଯାଇଛି | ଆଗାମୀ ସମୟରେ ସୁନା ବ୍ୟବସାୟୀ ସେହି ଗାଇଡଲାଇନ କୁ ଅନୁସରଣ କରି ଦିକଂ ଖୋଲିବେ | ସୁନା ଦର ଲଗାତାର ବୃଦ୍ଧି ପାଇବା ଉପରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା କୌଣସି ଚିନ୍ତାର କାରଣ ନୁହେଁ | ସୁନା ଦର ସବୁବେଳେ ବୃଦ୍ଧି ପାଇଥାଏ | ଏବେ କରୋନା ଯୋଗୁଁ ବିବାହ ବ୍ରତ ଆଦିରେ କମ ଖର୍ଚ୍ଚ ହେବ | ସେଥିପାଇଁ ଲୋକେ ଅଧିକ ମାତ୍ରାରେ ସୁନା କିଣିବେ | ତେବେ ଲକଡାଉନ ପରେ ସୁନାର ଚାହିଦା ବଢିପାରେ ବୋଲି ସେ ଅନୁମାନ କରିଛନ୍ତି |  ବିଶ୍ୱ ବଜାରରେ ସୁନା ମୂଲ୍ୟ ଅନ୍ତର୍ଜାତୀୟ କମେକ୍ସରେ ସାତ ବର୍ଷରୁ ଅଧିକ ଉଚ୍ଚ ସ୍ଥରରେ ରହିଛି | କମେକ୍ସରେ ଜୁନ ମାସ ଚୁକ୍ତି ହିସାବରେ ସୁନା ଦର ୧୨.୮୦ ଡଲାର ଅର୍ଥାତ ୦.୭୩ ପ୍ରତିଶତ ବୃଦ୍ଧି ସହ ୧୭୬୯.୧୦ ଡଲାର ପ୍ରତି ଆଉନ୍ସରେ ବ୍ୟବସାୟ ଚାଲିଥିଲା | ପୂର୍ବରୁ ଆଉନ୍ସ ପ୍ରତି ୧୭୭୪.୯୫ ଡଲାର ବୃଦ୍ଧି ପାଇଥିଲା | ଜୁଲାଇ ଚୁକ୍ତିନାମା ହିସାବରେ ରୁପା ୨.୯୮ ପ୍ରତିଶତ ବୃଦ୍ଧି ଆଉନ୍ସ ପ୍ରତି ସହ ୧୭.୫୭ ଡଲାରରେ ବ୍ୟବସାୟ ଚାଲିଥି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.