Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦୀପାବଳିରେ ଆହୁରି ଶସ୍ତା ହେବ ସୁନା ! ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

7/10/2020 at 7:00 PM

ନୂଆଦିଲ୍ଲୀ ୦୭/୧୦ : କରୋନା ମହାମାରୀ ଯୋଗୁଁ ସେୟାର୍ ମାର୍କେଟ୍ ଅବସ୍ଥା ବହୁତ ଖରାପ। ଯାହାଫଳରେ ସୁନା ଦାମ୍ କେତେବେଳେ ବୃଦ୍ଧି ପାଉଛି ତ କେତେବେଳେ ହ୍ରାସ ପାଉଛି। ସର୍ରାଫା ବଜାରରେ ସୁନା ସର୍ବାଧିକ ୫୭ ହଜାର ୮ ଟଙ୍କାରୁ ୧୦ ଗ୍ରାମକୁ ୬ ହଜାର ୬୪୩ ଟଙ୍କା ଶସ୍ତା ହୋଇଛି। ଅଗଷ୍ଟ ୭ ତାରିଖରେ ରୁପା ଉଚ୍ଚ ଶିଖରରେ ୧୮ ହଜାର ୯୨୮ ଟଙ୍କାରେ ପହଞ୍ଚିଛି। ବିନିଯୋଗକାରୀ ଓ କ୍ରେତା ଭାବୁଛନ୍ତି ସୁନା ଦାମ୍ ୧୦ ଗ୍ରାମକୁ ୪୫ ହଜାର ଯାଏଁ ପହଞ୍ଚିଯିବ। ଦୀପାବଳି ଯାଏଁ ସୁନା ଦାମ୍ କେତେ ରହିବ ତାହା ନେଇ ଲୋକେ ଅନୁମାନ କରୁଛନ୍ତି। କାରଣ ଅଧିକାଂଶ ଲୋକ ଦୀପାବଳି ଓ ଧନତେରସରେ ସୁନା କିଣନ୍ତି।

ମୋତିଲାଲ୍ ଓସୱାଲ୍ ଫାଇନାନସିଲ୍ ସର୍ଭିସେସର ଉପାଧ୍ୟକ୍ଷ ନବନୀତ ଦମାନି କହିଛନ୍ତି ଯେ, ସୁନା ଦାମ ହ୍ରାସ ପାଇ ୫୦ ହଜାର ଟଙ୍କାରେ ପହଞ୍ଚିଛି। ରୁପା କିଲୋ ୬୦ ହଜାର ଟଙ୍କାରୁ ହ୍ରାସ ପାଇଛି। ଆଗକୁ ମଧ୍ୟ ସୁନା ରୁପା ଦାମ୍ ବଢିବା କମିବା ଜାରି ରହିବ ବୋଲି ଅନୁମାନ କରାଯାଉଛି। ଦୀପାବଳିରେ ୧୦ ଗ୍ରାମ ସୁନା ଦାମ୍ ୫୦ ହଜାରରୁ ୫୨ ହଜାର ମଧ୍ୟରେ ରହିପାରେ ବୋଲି ଆଶଙ୍କା କରାଯାଉଛି।

କେଡ଼ିଆ କ୍ୟାପିଟାଲର ନିର୍ଦେଶକ ଅଜୟ କେଡ଼ିଆ କହିଛନ୍ତି ଯେ ଷ୍ଟିମୁଲ୍ସ ପ୍ୟାକେଜ୍ ସେୟାର ବଜାରରେ ସ୍ଟେରଏଡ୍ ଭଳି କାମ କରିଛି। ସୁନା ଦାମ୍ ଯେଭଳି ବୃଦ୍ଧି ପାଇଛି ତାକୁ ପ୍ରାକୃତିକ ବୃଦ୍ଧି ବୋଲି କୁହାଯିବ ନାହିଁ। କରୋନା ମହାମାରୀ ଯୋଗୁଁ ବଜାର ମୂଲ୍ୟ ବହୁତ ହ୍ରାସ ପାଇଛି। ୨୦୦୭ରେ ସୁନା ୧୦ ଗ୍ରାମ ୯ ହଜାର ଥିବାବେଳେ ୨୦୧୬ ରେ ୩୧ ହଜାରରେ ପହଞ୍ଚିଥିଲା। ଅର୍ଥାତ ୯ ବର୍ଷରେ ସୁନା ଦାମ୍ ପାଖାପାଖି ତିନି ଗୁଣ ବଢିଛି। ଯେତେବେଳେ ସୁଧ ହାର ହ୍ରାସ ପାଇଥାଏ ସେତେବେଳେ ସୁନାରେ ବିନିଯୋଗ ବଢିଥାଏ। ଅଜୟ କେଡ଼ିଆ କହିଛନ୍ତି ଯେ ସୁନା ଦାମ ହଠାତ ବଢିନି। ୨୦୧୮ ସେପ୍ଟେମ୍ବରରୁ ଧୀରେ ଧୀରେ ସୁନା ଦାମ୍ ବଢି ଚାଲିଛି। ସେ କହିଛନ୍ତି ଡଲାର୍ ବଢିଲେ ଲଙ୍ଗ୍ ଟର୍ମରେ ସୁନା ଦାମ୍ ବୃଦ୍ଧି ପାଇବ। ଆସନ୍ତା ବର୍ଷ ସୁଦ୍ଧା ସୁନା ୧୦ ଗ୍ରାମକୁ ୬୦ ରୁ ୭୦ ହଜାର ପହଞ୍ଚିପାରେ ବୋଲି ଅନୁମାନ କରିଛନ୍ତି।

   Related Posts