Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସୁନା ଗହଣା ଦାମ୍‌ କମିଛି, ୭ ଦିନରେ ଖସିଲାଣି ୮୫୦ରୁ ବେଶୀ- ରୁପା ଦାମ୍‌ ବି କମ, ଆଗକୁ ବଢ଼ିପାରେ ବଜାର ଭାଉ

28/04/2021 at 3:28 PM

ନୂଆଦିଲ୍ଲୀ ୨୮/୪:  ପୁଣି କମିଲା ସୁନା ଦାମ। ଲଗାତାର ତୃତୀୟ ଦିନ ହେଲା ସୁନା ଦାମ କମିଥିବା ଜଣାପଡ଼ିଛି। ବୁଧବାର ୪୩୩ ଟଙ୍କା ସୁନା ଶସ୍ତା ହୋଇ ପ୍ରତି ୧୦ ଗ୍ରାମକୁ ୪୬,୯୫୦ ଟଙ୍କାରେ ପହଞ୍ଚିଛି । ଇଣ୍ଡିଆାନ୍‌ ବୁଲିୟନ୍‌ ଆଣ୍ଡ ଜ୍ବଏଲର୍ସ ଆସୋସିଏସନ୍‌ ଓ୍ବେବ୍‌ସାଇଟ୍‌ ଅନୁସାରେ ଚଳିତ ସପ୍ତାହରେ ସୁନା ଏବେ ସୁଦ୍ଧା ୮୫୬ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ଏମସିଏକ୍ସ ଅନୁସା​‌ରେ ଦ୍ବିପ୍ରହର ୨ଟା ବେଳକୁ ସୁନା ୪୬,୯୭୪ ଟଙ୍କାରେ ଟ୍ରେଡ୍‌ ହେଉଥିଲା।

ଏହାରି ଭିତରେ ଏକ୍ସପୋଟର୍ସଙ୍କ କହିବା କଥା ହେଲା ସୁନା ଦାମ କମ୍‌କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୁନା ଦାମ ୫୫ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଏହା ସହ ରୁପା ଦାମ ୭୧୯ ଟଙ୍କା କମିଥିବା ବେଳେ ବୁଧବାର ଏହାର ଦାମ କିଲୋ ପ୍ରତି ୬୭,୮୪୬ ଟଙ୍କା ହୋଇଛି। ଚଳିତ ସପ୍ତାହରେ ରୁପା ୧୩୦୦ ଟଙ୍କା ଶସ୍ତା ହୋଇଛି। କିନ୍ତୁ ଚଳିତ ମାସରେ ରୁପା ୭୦୦୦୦ ଟଙ୍କା ପ୍ରତି କିଲୋ ପହଞ୍ଚିଥିଲା।

ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି। ଏକ ଆଉନ୍ସ ସୁନାର ଦାମ ୧୭୭୧ ଆମେରିକୀୟ ଡଲାର ରହିଛି। ୨୭ ଏପ୍ରିଲ୍‌ରେ ଏହି ଦାମ ୧୭୮୦ ଡଲାର ପାର କରିଥିଲା। ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ର ଉପ ସଭାପତି (କମୋଡିଟି ଆଣ୍ଡ କରେନ୍ସି) ଅନୁଜ ଗୁପ୍ତାଙ୍କ ଅନୁସାରେ କରୋନା ଯୋଗୁ ବିଶ୍ବରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାର ଫାଇଦା ସୁନାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ମାସରେ ସୁନା ଦାମ ପୁଣି ଥରେ ୫୫ ହଜାର ଟଙ୍କା ଉପରକୁ ଯାଇପାରେ ବୋଲି ସେ କହିଛନ୍ତି ।  କେଡିଆ କମୋଡିଟି ନିର୍ଦେଶକ ଅଜୟ କେଡିଆଙ୍କ ମତରେ ଯଦି ସ୍ଥିତି ଏମିତି ରହିଲା ତେବେ ସୁନା ଦାମ ଆଗାମୀ ୫-୬ ମାସରେ ୬୦ ହଜାର ପାର କରିପାରେ।

   Related Posts