Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୧୦ ହଜାର ଟଙ୍କା ଶସ୍ତା ହେଲାଣି ସୁନା, କିଣିବା ପାଇଁ ରହିଛି ଆକର୍ଷଣୀୟ ସୁଯୋଗ, ଜାଣନ୍ତୁ କେତେ ରହିଛି ଆଜିର ଦାମ୍ ?

26/02/2021 at 12:52 PM

ନୂଆଦିଲ୍ଲୀ, ୨୬/୦୨ଭାରତୀୟ ବଜାରରେ ଲଗାତର ଭାବେ ସୁନାର ଦାମ୍ ହ୍ରାସ ପାଇବାରେ ଲାଗିଛି । ଗୁରୁବାର ମଧ୍ୟ ସୁନାର ଦାମ୍ ହ୍ରାସ ପାଇଛି । ଶୁକ୍ରବାର କାରବାର ଆରମ୍ଭରେ ସୁନା ୮ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ପାଖାପାଖି ପହଁଚିଛି । ଶୁକ୍ରବାର ଏମସିଏକ୍ସରେ ସୁନାର ଦାମ୍ ୦.୧୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୨୯୭ ଟଙ୍କା ରହିଛି ।

ରୁପାର ଦାମ୍ ମଧ୍ୟ କେଜି ପିଛା ୬୮,୯୮୯ ଟଙ୍କା ରହିଛି । ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୫୬୨୦୦ ଟଙ୍କାରେ ପହଁଚିଥିଲା । ଯାହା ସର୍ବାଧିକ ସ୍ତରରେ ରହିଥିଲା । ସେବେଠାରୁ ଏବେସୁଦ୍ଧା ପ୍ରାୟ ୧୦,୦୦୦ ଟଙ୍କା ସୁନା ଶସ୍ତା ହୋଇଛି । ଯାହା ୮ ମାସ ମଧ୍ୟରେ ସର୍ବନିମ୍ନ ସ୍ତର ଅଟେ ।

ଦିଲ୍ଲୀରେ ସୁନାର ଦାମ୍ ଶୁକ୍ରବାର ୧୦ ଗ୍ରାମ ପିଛା ୪୬୨୯୭ ଟଙ୍କା ରହିଛି । ଗୁରୁବାର ଏହା ୪୫,୯୫୯ ଟଙ୍କା ଥିଲା । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ଆଉନ୍ସ ପିଛା ୧୭୭୦.୧୫ ଡଲାର ରହିଛି ।

ସେହିପରି ରୁପାର ଦାମ୍ ମଧ୍ୟ ୦.୪ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୮୯୮୯ ଟଙ୍କା ରହିଛି । ଗୁରୁବାର ଏହା ୬୯୧୫୯ ରହିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ଶୁକ୍ରବାର ଆଉନ୍ସ ପିଛା ୨୭.୪୯ ଡଲାର ରହିଛି ।  

ବିଶେଷଜ୍ଞଙ୍କ କହିବାନୁସାରେ, ଏବେ ଯଦି କେହି ସୁନା ଓ ରୁପା କିଣିବା ପାଇଁ ଚାହାଁନ୍ତି ତେବେ ଏହା ପ୍ରକୃଷ୍ଟ ସମୟ ହେବ । ସୁନା ୪୬ ହଜାର ଟଙ୍କା ତଳେ ରହିଛି । ଏମସିଏକ୍ସରେ ଏହା ମେ ୨୦୨୦ ସ୍ତରରେ ପହଁଚିଯାଇଛି । ସେହିପରି ରୁପା ୬୮୫୦୦-୬୮୦୦୦ ଟଙ୍କା ମଧ୍ୟରେ ରହିବ । ସେହିପରି ରୁପା ୭୦ ହଜାର ଯାଏଁ ଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

   Related Posts