Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଆଜିର ଦାମ୍ ?

9/09/2021 at 1:01 PM

ନୂଆଦିଲ୍ଲୀ, ୦୯।୦୯ : ଚମକ ହରାଉଛି ସୁନା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ କମିବା ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ରୁପାର ଦାମ୍ କିନ୍ତୁ ସାମାନ୍ୟ ବଢିଛି।

ଗୁରୁବାର ସୁନାର ଦାମ ୨୬୪ ଟଙ୍କା କମି ୧୦ ଗ୍ରାମ ପିଛା ୪୬୧୪୦ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମଙ୍ଗଳବାର ସୁନା ୩୭ ଟଙ୍କା ହ୍ରାସ ପାଇଥିଲା । ମଙ୍ଗଳବାର ସୁନା ୪୬୪୦୪ ଟଙ୍କାରେ ବନ୍ଦ ହୋଇଥିଲା ।  ତେବେ ଗୁରୁବାର ରୁପା କେଜି ପିଛା ୨୨ ଟଙ୍କା ବୃଦ୍ଧି ପାଇ ୬୩୪୮୬ରେ ପହଁଚି ଯାଇଛି । କିନ୍ତୁ ମଙ୍ଗଳବାର ରୁପା ୩୩୨ ଟଙ୍କା ହ୍ରାସ ପାଇ ୬୩୪୬୪ ଟଙ୍କାରେ ପହଁଚିଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ଆଉନ୍ସ ପିଛା ରହିଛି ୧୭୯୮ ଡଲାର । ସେହିପରି ରୁପା ଆଉନ୍ସ ପିଛା ରହିଛି ୨୪. ୩୭ ଡଲାର । ଏଚଡିଏଫସି ସିକ୍ୟୋରିଟିଜ ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି ଯେ, ସୁନା ଦାମ ବଢୁଛି । ଯେଉଁମାନେ ସୁନାର ନିବେଶ କରି କ୍ଷତି ସହିଥିଲେ ଏବେ ସେମାନେ ଲାଭ ପାଉଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସାମାନ୍ୟ ବଢିଥିବା ବେଳେ ଏହାର ପ୍ରଭାବ ଗହଣା ବଜାରରେ ପଡିଛି ।

ବିଶ୍ୱ ସ୍ତରରେ ନ୍ୟୁୟର୍କରେ ସୁନାର ଦାମ ୦.୦୮ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧,୭୯୯୯.୯୦ ଡଲାର ରହିଛି । ଆଗକୁ ଦଶହରା ଓ ଦୀପାବଳି ଥିବାରୁ ଭାରତରେ ସୁନାର ଦାମ ବଢିପାରେ । ୧୦ ଗ୍ରାମ ପିଛା ସୁନା ପୂଜା ବଜାରରେ ୪୭ ହଜାର ଟପିବ ବୋଲି ଅନୁମାନ କରାଯାଉଛି ।

   Related Posts