Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସୁନା ଦର ଚଢା, ଅଫର୍ ଦେଇ ଗ୍ରାହକଙ୍କୁ ଲୋଭାଉଛନ୍ତି ଦୋକାନୀ, ଗହଣା କିଣିଲେ କେତେ ମିଳିବ ରିହାତି ?

21/06/2020 at 4:20 PM

ନୂଆଦିଲ୍ଲୀ, ୨୧|୦୬:  ଭାରତରେ ସୁନାର ଚାହିଦା ବଢିବାରେ ଲାଗିଛି । ଫଳରେ ଘରୋଇ ବଜାରରେ ବିଭିନ୍ନ ବ୍ୟବସାୟୀ ସୁନାର ଦାମକୁ ହ୍ରାସ କରିବା ପାଇଁ ବାଧ୍ୟ ହେଉଛନ୍ତି । ଭାରତରେ ସୁନା ବ୍ୟବସାୟୀ ଚଳିତ ସପ୍ତାହରେ ୧୦ ଗ୍ରାମ ପିଛା ପ୍ରାୟ ୧୩ ଡଲାର ହ୍ରାସରେ ଗହଣା ବିକୁଛନ୍ତି । ଅର୍ଥାତ ଗ୍ରାହକଙ୍କୁ ଆକୃଷ୍ଟି କରିବା ପାଇଁ ଲୋଭନୀୟ ଅଫର୍ ଦେଖାଉଛନ୍ତି ବ୍ୟବସାୟୀ । ଏପରିକି ଗତ କିଛି ଦିନ ହେଲା ସୁନା ଦର ୧୦ ଗ୍ରାମ ପିଛା ୨୦ ଡଲାରରୁ ଅଧିକ ହ୍ରାସ ପାଇଛି ।

ଅନେକ ଦିନ ପରେ ଦେଶରେ ସୁନାର ଚାହିଦା ପୁଣି ବୃଦ୍ଧି ପାଇଛି । ପ୍ରାୟ ସମସ୍ତ ଗହଣା ଦୋକାନ ଖୋଲିଯାଇଛି । କରୋନା ସଙ୍କଟ ଓ ସୁନାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବାରୁ କିଛିଦିନ ପାଇଁ ସୁନାର ଚାହିଦା ଖସି ଆସିଥିଲା । କିଛି ବ୍ୟବସାୟୀ ୧୦ ଗ୍ରାମ ପିଛା ୫୦୦ରୁ ୮୦୦ ଟଙ୍କା ଯାଏଁ ରିହାତି ଦେଉଛନ୍ତି । ଘରୋଇ ବଜାରରେ ସୁନାର ଦାମରେ ୧୨ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁଥିବା ବେଳେ ୩ ପ୍ରତିଶତ ଜିଏସଟି ଲାଗୁଛି ।

ଭାରତୀୟ. ବଜାରରେ ରବିବାର ସୁନା ଦର ୧୦ ଗ୍ରାମ ପିଛା ୪୬, ୮୬୦ ଟଙ୍କା ରହିଛି । ଶନିବାର ଅପେକ୍ଷା ସୁନା ଦରରେ ୧୦ ଟଙ୍କା ବୃଦ୍ଧି ପାଇଛି । ଗୁରୁବାରଠୁ ଏବେସୁଦ୍ଧା ସୁନା ଦରରେ ପ୍ରାୟ ୭୬୦ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି । ସେହିପରି ରୁପା ଦାମ ମଧ୍ୟ ୧.୫ ପ୍ରତିଶତ ବୃଦ୍ଧି ପାଇ କେଜି ପିଛା ୪୮,୬୭୦ ରହିଛି ।

ଚଳିତ ବର୍ଷ ବିଶ୍ୱ ବଜାରରେ ସୁନା ଦାମ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଇଥିଲା । ଆର୍ଥିକ ସଙ୍କଟ, କରୋନା ଭାଇରସ ପାଇଁ ସୁନା ଦର ପ୍ରଭାବିତ ହୋଇଥିଲା ।

ତେବେ ଅନ୍ୟ ଦେଶରେ ସୁନାର ଚାହିଦା କମ ରହିଛି । କିଛି ବିଶେଷଜ୍ଞ କହିଛନ୍ତି ଯେ, ବଜାରରେ ଚାହିଦା ପୁଣି ବଢିବ । ବିଶ୍ୱବଜାରରେ ସୁନାର ଦାମ ଶୁକ୍ରବାର ୧ ପ୍ରତିଶତ ବୃଦ୍ଧି ପାଇ୧୭୪୦ ଡଲାରରେ ବନ୍ଦ ହୋଇଛି । କରୋନାର ଦ୍ୱିତୀୟ ପ୍ରକୋପ ଓ ବିଭିନ୍ନ ଦେଶରୁ ଲକଡାଉନ୍ ହଟିବା ପରେ ପୁଣି ସୁନାର ଚାହିଦା ପୂର୍ବପରି ହେବାକୁ ବସିଛି ।

   Related Posts