Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସୁଧୁରୁଛି ସେୟାର ବଜାର, ୪୫ ହଜାର ଟଙ୍କାକୁ ଖସିବ କି ସୁନା ଦର ?

3/10/2020 at 6:53 PM

ନୂଆଦିଲ୍ଲୀ, ୦୩ ।୧୦:  କରୋନା ଭାଇରସ ପାଇଁ ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ ହୋଇଥିଲା । ଏବେ ଏଥିରେ ସୁଧାର ଆସିଛି । ତେବେ ସୁନା ଓ ରୁପାର ଦାମ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଦିଲ୍ଲୀର ଗହଣା ବଜାରରେ ସୁନା ଦର ସେପ୍ଚେମ୍ବର ୩୦ ସୁଦ୍ଧା ୧୦ ଗ୍ରାମ୍ ପିଛା ୫୬୮୪ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର ମଧ୍ୟ ୧୬୦୩୪ ଟଙ୍କା ହ୍ରାସ ପାଇଛି । ତେବେ ସୁନା ପୂର୍ବପରି ୪୫ ହଜାର ଟଙ୍କାକୁ ଖସି ଆସିବ ନା ନାହିଁ ବୋଲି ପ୍ରଶ୍ନ ଉଠିଛି ।

ଅକ୍ଟୋବର ୩ ସନ୍ଧ୍ୟା ସୁଦ୍ଧା ସୁନାର ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୫୦୦ ଥିବା ବେଳେ ରୁପା ଦାମ୍ କେଜି ପିଛା ୬୧,୨୦୦ ଟଙ୍କା ରହିଛି ।

ମୋତିଲାଲ ଅସଓ୍ୱାଲ ଫାଇନାନ୍ସିଆଲ ସର୍ଭିସେସର ଉପାଧ୍ୟକ୍ଷ ନବନୀତ ଦମାନୀ କହିଛନ୍ତି ଯେ, ସୁନାଦର ୫୦ ହଜାର ଉପରେ ଥିବା ବେଳେ ରୁପା ୬୦ ହଜାର ପାଖାପାଖି ରହିଛି । ଏବେ ଉଭୟ ଦରରେ ହ୍ରାସବୃଦ୍ଧି ଜାରି ରହିବ । କରୋନା ପାଇଁ ସେୟାର ବଜାର ପ୍ରଭାବିତ ହେବାରୁ ଏପରି ସ୍ଥିତି ଉପୁଜିଛି ।

ବିଶେଷଜ୍ଞ ଅଜୟ କୋଡିଆ କହିଛନ୍ତି ଯେ, ୨୦୦୭ରେ ସୁନାଦର ୧୦ ଗ୍ରାମ୍ ପିଛା ୯ ହଜାର ଟଙ୍କା ଥିଲା । ୨୦୧୬ରେ ଏହା ୩୧ ହଜାରରେ ପହଁଚିଥିଲା । ଅର୍ଥାତ ୩ଗୁଣା ଦର ବଢିଥିଲା । ଏବେ ୯ ବର୍ଷ ମଧ୍ୟରେ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି ସୁନା । ଏବେ ସୁନାରେ ନିବେଶ ବଢିଛି । ୨୦୧୮ ସେପ୍ଟେମ୍ବରରୁ ସୁନାର ଦର ହୁହୁ ହୋଇ ବଢିବାରେ ଲାଗିଥିଲା ।

ଏବେ ସୁନା ଦରରେ ଯେଉଁ ହ୍ରାସ ପରିଲକ୍ଷିତ ହେଉଛି ତାହାର କାରଣ ହେଉଛି ଡଲାର ତୁଳନାରେ ଟଙ୍କାର ମଜବୁତ ସ୍ଥିତି । ଏବେ ଏକ ଡଲାର ପିଛା ଟଙ୍କା ୭୩-୭୪ରେ ପହଁଚିଛି । କିଛି ମାସ ପୂର୍ବରୁ ଏହା ୭୬-୭୭ ଥିଲା । ତେଣୁ ସୁନାର ଦାମ୍ କମିଛି । ଯଦି ଡଲାର ବୃଦ୍ଧି ପାଏ ତେବେ ସୁନା ଆସନ୍ତା ବର୍ଷ ୬୦ରୁ ୭୦ ହଜାରରେ ପହଁଚିପାରେ ।

   Related Posts