ପୁଣି ବଢ଼ିଲା ସୁନା ଦର, ରୂପା କିଲୋ ପ୍ରତି ହଜାରେ ଟଙ୍କା ବୃଦ୍ଧି, ଜାଣନ୍ତୁ କଣ ରହିଛି ନୂଆ ଦାମ୍‌

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨: ବଢ଼ୁଛି ଖସୁଛି ସୁନା-ରୂପା ଦର। କେତେବେଳେ ସୁନା ଦାମ ଖସୁଛି ତ ପୁଣି କେତେବେଳେ ଆକାଶ ଛୁଆଁ ହେଉଛି। ନିକଟରେ ସୁନା-ରୂପା ଦାମ ଖସିଥିବା ବେଳେ ଗୁରୁବାର ପୁଣି ଏଥିରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ପ୍ରତି ୧୦ ଗ୍ରାମ ସୁନା ଉପରେ ୩୮୫ ଟଙ୍କା ବୃଦ୍ଧି ଘଟିଛି। ଏହା ସହ ପ୍ରତି ଏକ କେଜି ରୂପା ଉପରେ ୧୧୦୨ ଟଙ୍କା ବଢ଼ିଥିବା ସୂଚନା ମିଳିଛି। ଏହି ଦାମ ଦିଲ୍ଲୀରେ ରହିଛି। ଭାରତୀୟ ବଜାରରେ ସୂନା-ରୂପା ଦାମ ପୁଣି ଗତି ଧରିଥିବା ବେଳେ ଗ୍ରାହକଙ୍କ ଚିନ୍ତା ବଢ଼ିଛି।

{"id":308101,"sizeSlug":"large","linkDestination":"none"}

ଏହା ପୂର୍ବରୁ ଦିଲ୍ଲୀ ସରଫା ବଜାରରେ ପ୍ରତି ୧୦ ଗ୍ରାମର ସୁନାର ମୂଲ୍ୟ ୪୯,୬୨୪ ଟଙ୍କା ଥିବା ବେଳେ ରୂପା କିଲୋ ପ୍ରତି ୬୫,୮୫୨ ଟଙ୍କା ଥିଲା। ପୁଣି ସୁନା ରୂପା ଦର ବୃଦ୍ଧି ପାଇବା ପାଇଁ ଡଲାର ତୁଳନା​‌ରେ ଟଙ୍କାର ମାନ କମିବା ଓ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୁଲ୍ୟ ବଢ଼ିବାକୁ ଦାୟୀ କରିଛନ୍ତି ବ୍ୟବସାୟୀ।

ଗୁରୁବାର ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ  ୪୯,୬୨୪ ଟଙ୍କା ରହିଛି। ଏହା ପୂର୍ବରୁ ଏହାର ଦାମ ୪୯,୨୩୯ ଟଙ୍କା ଥିଲା। ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବଢ଼ି ଆଜି ୧୮୭୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି।

ସୁନା ସହିତ ରୂପା ଦାମ ମଧ୍ୟ ତାଳ ଦେଇ ବଢ଼ୁଥିବା ଦେଖିବାକୁ ମିଳିଛି। ଗୁରୁବାର ଦିଲ୍ଲୀ ସରଫା ବଜାରରେ ସୁନା କିଲୋ ପ୍ରତି ୧୧୦୨ ଟଙ୍କା ବଢ଼ି ୬୬,୯୫୪ ଟଙ୍କାରେ ପହଞ୍ଚିଛି। ସେହିଭଳି ଅନ୍ତର୍ଜାତୀୟ ମାର୍କେଟରେ ରୂପା ମୂଲ୍ୟ ପ୍ରତି ଆଉନ୍ସକୁ ୨୫.୮୦ ଡଲାର ରହିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.