୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା : ୧୦ ଗ୍ରାମକୁ ୩୪ ହଜାର ୪୫୦ ଟଙ୍କା

Published By : Prameya-News7 Bureau | February 05, 2019 IST

ଦିଲ୍ଲୀ ୫/୨ : ଚାଲିଛି ବାହାଘର ଋତୁ | ବାହାଘର ପାଇଁ ସୁନା ରୁପାର ମୂଲ୍ୟ ବଢି ଯାଇଛି | ସୋମବାର ଦିନ ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି | ସୁନାର ଚାହିଦା ବଢି ଯାଇଥିବାରୁ ଏହିଭଳି ଚଢା ଦରରେ ବିକ୍ରି ହେଉଛି ସୁନା ଗହଣା | ସୁନା ଦର ବୃଦ୍ଧି ହୋଇ ୧୦ ଗ୍ରାମକୁ ୩୪୪୫୦ ଟଙ୍କା ହୋଇଯାଇଛି | ଅଲ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ଲୋକାଲ ଗହଣାର ଚାହିଦା କୁ ଦେଖି ସୁନାର ଦର ବୃଦ୍ଧି ହୋଇଛି | ଅପରପକ୍ଷରେ ରୁପାର ମୂଲ୍ୟ ହ୍ରାସ ପାଇଛି | କମ୍ପାନୀ ଗୁଡିକର ମୁଦ୍ରା ନିର୍ମାତା କମ୍ପାନୀର କମ ଚାହିଦା ଯୋଗୁଁ ରୁପା ୧୩୦ ଟଙ୍କା ହ୍ରାସ ପାଇ ୪୧,୫୩୦ ଟଙ୍କା ହୋଇଯାଇଛି |

{"id":82017,"width":583,"height":389}


ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ତଥା ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ୩୪୦ ଟଙ୍କା ବୃଦ୍ଧି ପାଇ ୩୪୪୫୦ ଟଙ୍କା ହୋଇଯାଇଛି | ଅପରପକ୍ଷରେ ସୁନା ମୁଡ଼ଆ ପ୍ରତି ୮ ଗ୍ରାମକୁ ୨୬,୧୦୦ ଟଙ୍କା ହୋଇଯାଇଛି |

{"id":82018,"width":582,"height":434}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.