ପୁଣି ବଢ଼ିଲା ସୁନା ଦର ; ପ୍ରତି ୧୦ ଗ୍ରାମରେ ୩୦୫ ଟଙ୍କା ବୃଦ୍ଧି

Published By : Prameya-News7 Bureau | April 19, 2019 IST

ମୁମ୍ବାଇ ୧୯/୪ : ଆଜି ପୁଣି ସୁନା ଦର ବୃଦ୍ଧି ପାଇଛି | ଆଜି କାରବାରରେ ସୁନା ୩୦୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୨ ହଜାର ୬୯୦ ଟଙ୍କା ହୋଇଛି | ଅଲ ଇଣ୍ଡିଆ ସର୍ରଫା ଏସୋସିଏସନ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କ ତରଫରୁ ବୃଦ୍ଧି ଦାବି ଯୋଗୁଁ ସୁନା ଦର ବୃଦ୍ଧି ପାଇଛି |

{"id":104978}


ସୁନା ଭଳି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି | ଆଜି କାରବାରରେ ରୂପା ୨୦୪ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ୩୮ ହଜାର ୪୫୦ ଟଙ୍କା ହୋଇଛି |

{"id":104979}


ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମକୁ ୩୨୬୯୦ ଟଙ୍କା ହୋଇଛି | ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୧୦ ଗ୍ରାମକୁ ୩୧୫୩୦ ଟଙ୍କା ହୋଇଛି | ଅନ୍ତର୍ଜାତୀୟ ବଜାରରେ ବୁଲିଆନ ବଜାର ଆଜି ଗୁଡ଼ ଫ୍ରାଇଡେ ପାଇଁ ବନ୍ଦ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.