ବଢୁଛି ସୁନାର ଦାମ : ୧୫ ଦିନରେ ୬ ପ୍ରତିଶତ ହେଲାଣି ମହଙ୍ଗା, ବିଶେଷଜ୍ଞଙ୍କ ମତ, 'ଆଗକୁ ୬୩ ହଜାର ଛୁଇଁବ'

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭/୦୪ : ଦେଶରେ ସୁନା ଏବଂ ରୁପା ଦାମରେ ଲଗାତାର ଭାବେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଶନିବାର ସୁନା ଦାମ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସେହିଭଳି ରୁପା ଦାମ ମଧ୍ୟ ବୃଦ୍ଧି ପାଇଛି । ଗତ ୧୫ ଦିନ ମଧ୍ୟରେ ସୁନାର ଦାମରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଗ୍ରାହକମାନଙ୍କ ମଧ୍ୟରେ ଆଶଙ୍କା ଦେଖିବାକୁ ମିଳିଛି ଯେ, ସୁନା ଏବଂ ରୁପାର ଦାମ ପୁଣି ଥରେ ପୂର୍ବ ଦରକୁ ଫେରିଆସିବ କି ? ଅଗଷ୍ଟ ୨୦୨୦ରେ ଦେଶରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଥିଲା ।

ଗତ ୧୫ ଦିନ କାରବାର ମଧ୍ୟରେ ସୁନାର MCXରେ ସୁନାର ଦାମ ୬ ପ୍ରତିଶତ ବୃଦ୍ଧି ପାଇ ୪୬ରୁ ୪୭ ହଜାର ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଲାଣି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଗୋଲ୍ଡ ରେଟ୍‌ ୪ ପ୍ରତିଶତ ବୃଦ୍ଧି ପାଇ ୧୭୮୧ ଡଲାର ପ୍ରତି ଅଂଶ ହୋଇଯାଇଛି । ତେବେ ଏହାରି ମଧ୍ୟରେ ବିଶେଷଜ୍ଞ ମାନେ ଚକିତ କଲା ଭଳି ପୂର୍ବାନୁମାନ କରିଛନ୍ତି ।

ବିଶେଷଜ୍ଞମାନଙ୍କ କହିବା​‌ କଥା ଯେ, ୨୦୨୧ରେ ସୁନା ଏବଂ ରୁପା ଦର ରେକର୍ଡ ଛୁଇଁବ । ଦେଶରେ କରୋନା ଟିକାକରଣକୁ ବ୍ୟାପକ କରାଯାଇଥିବାରୁ ନିବେଶକମାନେ ବିଭିନ୍ନ ସଂସ୍ଥାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ସୁନା ଦର ହ୍ରାସ ପାଇଥିଲା । କିନ୍ତୁ ଆଗକୁ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ବିଶେଜ୍ଞେମାନେ ମତ ଦେଇଛନ୍ତି । ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ୨୦୨୧ଶେଷ ଆଡକୁ ଦେଶରେ ସୁନାର ଦାମ ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ପାର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.