Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦୁଇଦିନ ଧରି ଲଗାତାର କମିବା ପରେ ଆଜି ପୁଣି ବଢିଲା ସୁନା ଦାମ୍

4/09/2020 at 3:01 PM

ନୂଆଦିଲ୍ଲୀ ୦୪/୦୯ : ସୁନା ରୁପା ଦାମ ଗତ ଦୁଇ ଦିନ ହେଲା କମିଥିବା ବେଳେ ଶୁକ୍ରବାର ଦିନ ଥମି ଯାଇଛି | ଶୁକ୍ରବାର ଦିନ ସାରା ଦେଶରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୧ ହଜାରରୁ ବୃଦ୍ଧି ପାଇଛି | କିନ୍ତୁ ରୂପା ମୂଲ୍ୟ ବୃଦ୍ଧି ପାଇନାହିଁ | ଗୁରୁବାର ତୁଳନାରେ ଶୁକ୍ରବାର ଦିନ ସୁନା ୧୦ ଗ୍ରାମ ପ୍ରତି ୧୬୫ ଟଙ୍କା ମହଙ୍ଗା ହୋଇ ୫୧ ହଜାର ୯୨ ଟଙ୍କାରେ ପହଞ୍ଚିଛି | ରୁପା କିଲୋ ପ୍ରତି ୮୫୯ ଟଙ୍କା କ୍ଷତିର ସହ ୬୩ ହଜାର ୫୩୪ ଟଙ୍କା ହୋଇଛି | 

ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର ୱେବସାଇଟ (ibjarates.com) ଅନୁସାରେ, ସେପ୍ଟେମ୍ବର ୪ ତାରିଖରେ ସାରା ଦେଶରେ ସୁନା ରୁପା ମୂଲ୍ୟ କେତେ ରହିଛି ଜାଣନ୍ତୁ:

୯୯୯ (୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି) ୫୧ ହଜାର ୯୨ ଟଙ୍କା

୯୯୫ (୨୩ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି) ୫୦ ହଜାର ୮୮୭ ଟଙ୍କା

୯୧୬ (୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି) ୪୬ ହଜାର ୮୦୦ ଟଙ୍କା

୭୫୦ (୧୮ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି) ୩୮ ହଜାର ୩୧୯ ଟଙ୍କା

୫୮୫ (୧୪ କ୍ୟାରେଟ ୧୦ ଗ୍ରାମ ପ୍ରତି) ୨୯ ହଜାର ୮୮୯ ଟଙ୍କା

୯୯୯ ରୁପା କିଲୋ ପ୍ରତି ୬୩ ହଜାର ୫୩୪ ଟଙ୍କା 

IBJA ଦ୍ୱାରା ଜାରି ଏହି ମୂଲ୍ୟ ସାରା ଦେଶରେ ସର୍ବମାନ୍ୟ | କିନ୍ତୁ ଏହି ୱେବସାଇଟରେ ଦିଆଯାଇଥିବା ମୂଲ୍ୟରେ ଜିଏସଟି ସାମିଲ କରାଯାଇନାହିଁ | ସୁନା କିଣିବା କିମ୍ବା ବିକ୍ରି କରିବା ସମୟରେ IBJA ମୂଲ୍ୟ ଦେଖିବା ଉଚିତ | ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଦିଲ୍ଲୀର ମିଡ଼ିଆ ପ୍ରଭାରୀ ରାଜେଶ ଖୋସଲା କହିଛନ୍ତି ଯେ, IBJA ଦେଶର ୧୪ କେନ୍ଦ୍ରରୁ ସୁନା ରୁପାର କରେଣ୍ଟ ମୂଲ୍ୟ ଅନୁସାରେ ହାରାହାରି ମୂଲ୍ୟ ଦର୍ଶାଇଥାଏ | ସେ କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ସୁନା ରୁପାର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ସାମାନ୍ୟ ଅନ୍ତର ରହିଥାଏ |

   Related Posts