Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ତେଲ ବଜାରରେ ସର୍ବକାଳୀନ ରେକର୍ଡ ପରେ ଚମକୀଲା ସୁନା : ୧୦ ଗ୍ରାମ ଦାମ ଛୁଇଁଲା ୫୦ ହଜାର

26/06/2020 at 6:28 PM

ହୁ ହୁ ହୋଇ ବଢ଼ୁଛି ସୁନାଦର । ଓଡ଼ିଶାରେ ୧୦ ଗ୍ରାମକୁ ୫୦ ହଜାର ଛୁଇଁଛି । କରୋନା ପରିସ୍ଥିତି ସହ ବିଶ୍ବ ବଜାରରେ ସୁନାର ଚାହିଦା ବଢୁଥିବାରୁ ଏପରି ଦର ବୃଦ୍ଧି ହେଉଛି । ବିଶ୍ବ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ଷ୍ଟକ ମାର୍କେଟରେ ଅସ୍ଥିରତା ଯୋଗୁଁ ସୁନାକୁ ଭରସାଯୋଗ୍ୟ ନିବେଶ ମନେକରୁଛନ୍ତି ଗ୍ରାହକ । ତେଣୁ ନିବେଶକମାନେ ଅନ୍ୟ କୌଣସି ଉପାୟ ନପାଇ ସୁନାରେ ନିବେଶ କରିବାକୁ ଚାହୁଛନ୍ତି । ଗତ ମାର୍ଚ୍ଚ ମାସରେ ସୁନା ଦର ୪୩ ହଜାର ଥିବାବେଳେ ଜୁନ ମାସ ବେଳକୁ ଏହା ୧୦ ପ୍ରତିଶରୁ ଅଧିକା ବଢିଛି । 

ଭୁବନେଶ୍ବରରେ ଏବେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୬ ହଜାର ୩୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦ ହଜାର ୫୬୦ ଟଙ୍କା ରହିଛି । ଏହାବାଦ ଗଢାମଜୁରୀ ଓ ଜିଏସଟି ଅଛି । ଅର୍ଥାତ ୨୨ କ୍ୟାରେଟ ସୁନାର ଦାମ୍ ୫୦ ହଜାର ପାଖାପାଖି ଧରିଲାଣି । ବର୍ଷକ ମଧ୍ୟରେ ସୁନା ଦରକୁ ଲକ୍ଷ୍ୟ କଲେ ଏହା ପାଖା ପାଖି ୧୫ ରୁ ୨୫ ପ୍ରତିଶତ ବଢିଲାଣି । ବିବାହ ବ୍ରତଘର ଭଳି କାର୍ଯ୍ୟକ୍ରମ ପାଇଁ ଯେଉଁଠି ନକିଣିଲେ ନଚଳେ ସେକ୍ଷେତ୍ରରେ ଗ୍ରାହକ କାନମୁଣ୍ଡା ଆଉଁସି ସୁନା କିଣିବାକୁ ବାଧ୍ୟ ହେଉଛନ୍ତି ।

ସୁନା ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞଙ୍କ ମତରେ ଆମେରିକା ଓ ଚୀନ୍ ଭିତରେ ଲାଗିରହିଥିବା ଉତ୍ତେଜନା ଆଗାମୀ ଦିନରେ ସୁନା ଦରରେ ଆହୁରି ବୃଦ୍ଧିର କାରଣ ହେବ।

   Related Posts