ଲଗାତାର ଦ୍ଵିତୀୟ ଦିନ ଶସ୍ତା ହେଲା ସୁନା ଦର, ଏବେ ୧୦ ଗ୍ରାମ ପିଛା ଏତିକି ରହିଛି ଦାମ୍

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୦୫।୦୬: କ୍ରମାଗତ ଦ୍ଵିତୀୟ ଦିନ ଶସ୍ତା ହୋଇଛି ସୁନା ଦର। ରାଜଧାନୀ ଦିଲ୍ଲୀର ସରାଫା ବଜାରେ ଶୁକ୍ରବାର ସୁନା ଦର ୧୦ ଗ୍ରାମ ପିଛା ୨୦ ଟଙ୍କା ଶସ୍ତା ହୋଇଛି। କିନ୍ତୁ ରୂପା ଦର କିଲୋ ପିଛା ୫୪ ଟଙ୍କା ବୃଦ୍ଧି ଘଟିଛି।

ଶୁକ୍ରବାର ଦିଲ୍ଲୀର ସରାଫା ବଜାରେ ୧୦ ଗ୍ରାମ ସ୍ପଟ୍ ଗୋଲ୍ଡର ମୂଲ୍ୟ ୨୦ ଟଙ୍କା କମ ହୋଇ ୪୭,୨୬୮ ଟଙ୍କା ହୋଇଛି। ଏହା ପୂର୍ବରୁ ଅର୍ଥାତ ଗୁରୁବାର ୧୦ ଗ୍ରାମ ସୁନାର ମୂଲ୍ୟ ୪୭, ୨୮୮ ଟଙ୍କା ରହିଥିଲା। କିନ୍ତୁ ରୂପା ଦରରେ ବୃଦ୍ଧି ଘଟିଛି। ରୂପା କିଲୋ ପ୍ରତି ୫୪ ଟଙ୍କା ହ୍ରାସ ଘଟିଛି। ଏହା ପରେ ରୂପା କିଲୋ ପ୍ରତି ୪୯,୫୮୪ ଟଙ୍କାରେ ପହଞ୍ଚିଛି। ଗୁରୁବାର ଗୋଟିଏ କିଲୋଗ୍ରାମ ରୂପାର ମୂଲ୍ୟ ୪୯,୫୩୦ ଟଙ୍କା ରହିଥିଲା।

ଅନ୍ତରାଷ୍ଟ୍ରୀୟ ବଜାରରେ କେତେ ରହିଛି ମୂଲ୍ୟ

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ଘଟିଛି। ସୁନା ଅନ୍ସ ପ୍ରତି ୧୭୦୯ ଡଲାର ହୋଇଛି। ରୂପାର ମୂଲ୍ୟ ହ୍ରାସ ଘଟି ଗୋଟିଏ ଅନ୍ସ ପିଛା ୧୭.୬୮ ଡଲାର ରହିଛି।

ଏଚଡିଏଫସି ସିକ୍ୟୁରିଟିର ବରିଷ୍ଠ ଆନାଲିଷ୍ଟ ତପନ ପଟେଲ୍ କହିଛନ୍ତି, ଇକ୍ଵିଟି ଇଣ୍ଡେକ୍ସରେ ବୃଦ୍ଧି ଏବଂ ଆର୍ଥିକ ରିକଭରି କାରଣରୁ ସୁନାର ମୂଲ୍ୟ ହ୍ରାସ ଘଟିଛି। ଦିଲ୍ଲୀର ସଫାରା ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୨୦ ଟଙ୍କା ହ୍ରାସ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.