Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଚମକିଲା ସୁନା: ଲଗାତାର କମିବାରେ ଲାଗିଛି ସୁନା ଦର

8/03/2021 at 5:20 PM

ନୂଆଦିଲ୍ଲୀ ୦୮/୦୩ : ଭାରତୀୟ ବଜାରରେ ଆଜି ସୁନା ଦର ପୁଣି ହ୍ରାସ ପାଇଛି। ଦିଲ୍ଲୀ ବଜାରରେ ସୋମବାର ଦିନ ସୁନା ଦର ୧୨୨ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୪ ହଜାର ପାଖାପାଖି ପହଞ୍ଚିଛି। ରୁପା ଦର ଆଜି କିଲୋ ପ୍ରତି ୫୮୭ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀ ବଜାରରେ ସୁନା ୧୦ ଗ୍ରାମକୁ ୪୪ ହଜାର ୨୩୬ ଟଙ୍କା ହୋଇଥିବା ବେଳେ ରୁପା କିଲୋ ପ୍ରତି ୬୪ ହଜାର ୯୪୭ ଟଙ୍କା ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇଥିବାବେଳେ ରୁପା ଦର ବୃଦ୍ଧି ପାଇଛି।

ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୪୪ ହଜାର ୧୧୪ ଟଙ୍କା ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇ ଆଉନ୍ସ  ପ୍ରତି ୧୬୯୯ ଡଲାରରେ ପହଞ୍ଚିଛି। ଅପରପକ୍ଷରେ ରୁପା ଦର ବୃଦ୍ଧି ପାଇଛି। ଦିଲ୍ଲୀ ବଜାରରେ ରୁପା ଦର କିଲୋ ପ୍ରତି ୫୮୭ ଟଙ୍କା ବୃଦ୍ଧି ପାଇ ୬୫ ହଜାର ୨୩୬ ଟଙ୍କାରେ ପହଞ୍ଚିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ରୁପା ଦର ବୃଦ୍ଧି ପାଇ ଆଉନ୍ସ ପ୍ରତି ୨୫.୩୧ ଡଲାର ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ହ୍ରାସ ପାଇବା ଯୋଗୁଁ ତାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ପଡୁଛି।

   Related Posts