ଚମକିଲା ସୁନା: ପୁଣି ହେଲା ଶସ୍ତା, ଏବେ ସୁଦ୍ଧା ୧୨ ହଜାର ଟଙ୍କା କମିଲାଣି ଦାମ୍

Published By : Prameya-News7 Bureau | March 05, 2021 IST

ନୂଆଦିଲ୍ଲୀ ୦୫/୦୩ : ଏପଟେ ବିବାହ ଋତୁ ଆରମ୍ଭ ହେଲାବେଳକୁ ସୁନା ଦାମ କମି କମି ଚାଲିଛି। ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା ଅଛି। ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି। ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି। ଶୁକ୍ରବାର ଦିନ ଏମସିଏକ୍ସରେ ସୁନା ଦାମ ୦.୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି। ରୁପା ଦାମ ମଧ୍ୟ ହ୍ରାସ ପାଇଛି। ରୁପା ଦାମ ୦.୬ ପ୍ରତିଶତ ହ୍ରାସ ପାଇ କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କାରେ ପହଞ୍ଚିଛି।

ଦିଲ୍ଲୀ ବଜାରରେ ଗୁରୁବାର ଦିନ ସୁନା ଦାମ ୪୪ ହଜାର ୫୮୯ ଟଙ୍କା ଥିଲା। ସୁନା ଦର ଗତ ୧୦ ମାସର ନିମ୍ନ ସ୍ଥରରେ ପହଞ୍ଚିଛି। ଗତ ୧୦ ମାସରୁ ଏବେ ସୁଦ୍ଧା ସୁନା ଦର ପାଖାପାଖି ୧୨ ହଜାର ହ୍ରାସ ପାଇଛି। ୨୦୨୦ ଅଗଷ୍ଟ ମାସରେ ସୁନା ଦାମ ରେକର୍ଡ ସ୍ଥର ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା।

ଦିଲ୍ଲୀ ବଜାରରେ ଆଜି, ଶୁକ୍ରବାର ଦିନ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି। ଗତ ୧୦ ମାସରେ ଏହା ସବୁଠାରୁ କମ୍। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଗତ ୯ ମାସର ନିମ୍ନ ସ୍ଥରରେ ପହଞ୍ଚିଛି। ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୧୬୯୩.୭୯ ଡଲାର ହୋଇଛି। ରୁପା ଦର କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କା ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ୦.୨ ପ୍ରତିଶତ ବଢି ଆଉନ୍ସ ପ୍ରତି ୨୫.୩୫ ଡଲାର ହୋଇଛି।

ଘରୋଇ ବଜାରରେ ବର୍ତ୍ତମାନ ସୁନାର ଚାହିଦା ବୃଦ୍ଧି ପାଇଛି। ବିବାହ ଋତୁରେ ସୁନା ଦାମ ହ୍ରାସ ପାଇବାରୁ ସୁନା ଚାହିଦା ବୃଦ୍ଧି ପାଇଛି। ସୁନା ଦର ପୁଣି ବଢିପାରେ। ସେଥିପାଇଁ ଏବେ ସୁନା କିଣିବା ପାଇଁ ଭଲ ମଉକା ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ୪୩ ହଜାର ୮୮୯ ଟଙ୍କା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.