ସୁନା ଦର ପୁଣି କମିଲା, କିନ୍ତୁ ଅଳ୍ପ ବଢିଛି ରୂପା

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୮: ଚଳିତ ବ୍ୟବସାୟୀକ ସପ୍ତାହ ସୁନା ପାଇଁ ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଛି । ଲଗାତର ଭାବେ ହ୍ରାସ ହେଉଥିବା ସୁନା ମୂଲ୍ୟ ଆଜି ପୁଣି ହ୍ରାସ ପାଇଛି । ଆଜି ସକାଳେ ୨୫୫ ଟଙ୍କା ହ୍ରାସ ସହିତ ସୁନା ବଜାର ଖୋଲିଛି । ଗତକାଲି ସନ୍ଧ୍ୟାରେ ୧୦ ଗ୍ରାମ ପିଛା ୫୨,୯୩୦ ଟଙ୍କା ସୁନା ବନ୍ଦ ହୋଇଛି, ଯାହା ଆଜି ୧୦ ଗ୍ରାମ ପିଛା ୫୨୬୭୫ ଟଙ୍କାରେ ଖୋଲିଛି । ବ୍ୟବସାୟ ସମୟରେ ସୁନା ମୂଲ୍ୟ ୫୨,୭୦୦ ଉଚ୍ଚତମ ଏବଂ ୫୨,୫୨୫ ନ୍ୟୂନତମ ସ୍ତର ଛୁଇଁଥିଲା । ସୁନା ମୂଲ୍ୟରେ କ୍ରମାଗତ ବୃଦ୍ଧି ଏବଂ ସୁନା ଉପରେ କରୋନା ଭାଇରସ୍ ପ୍ରଭାବ ହେତୁ ସୁରକ୍ଷିତ ପୁଞ୍ଜି ବିନିଯୋଗ ଯୋଗୁଁ ଏଥିରେ ଅଧିକ ବିନିଯୋଗ ହୋଇଥିଲା । କିନ୍ତୁ ଏହି ବ୍ୟବସାୟିକ ସପ୍ତାହରେ ସୁନା ମୂଲ୍ୟ କ୍ରମାଗତ ହ୍ରାସ ଘଟିଛି ।

ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ମଧ୍ୟରେ  ଦିଲ୍ଲୀ ସରାଫା ବଜାରରେ ଗୁରୁବାର ଦିନ ସୁନା ୧୧ଟଙ୍କା ବୃଦ୍ଧି ପାଇ ୫୩,୧୩୨ ଟଙ୍କା ହୋଇଛି । HDFC ସିକ୍ୟୁରିଟିଜ୍ ଏହି ସୂଚନା ଦେଇଛି । ବୁଧବାର ବନ୍ଦ ମୂଲ୍ୟ ୧୦ ଗ୍ରାମ ପିଛା ୫୩,୧୨୧ ଟଙ୍କା ଥିଲା । ରୂପା ମୂଲ୍ୟ ୧୫୫୪ ବୃଦ୍ଧି ପାଇ ୬୮,୩୪୯ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି । ଯାହା ପୂର୍ବରୁ ପ୍ରତି କିଲୋଗ୍ରାମ ୬୬,୭୯୫ ଟଙ୍କା ଥିଲା । ଆନ୍ତର୍ଜାତୀୟ ବଜାରରେ ସୁନା ୧୯୩୧ ଡଲାରକୁ ବୃଦ୍ଧି ପାଇଥିବାବେଳେ ରୂପା ପ୍ରାୟ ୨୫.୮୮ ଡଲାରରେ ଅପରିବର୍ତ୍ତିତ ରହିଛି । HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ସ୍ପଟ୍ ସୁନା ମୂଲ୍ୟ ଏକ ଅନ୍ସ ୧୯୩୧ ଡଲାରକୁ ବୃଦ୍ଧି ପାଇଛି ।

ଗତ ୧୬ ଦିନ ଧରି ସୁନାର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ଏହା ୫୭ ହଜାର ସ୍ତର ଅତିକ୍ରମ କରିଛି । ଏଥି ସହିତ, ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୨୦୦୦ $ ଅତିକ୍ରମ କରି କ୍ରମାଗତ ଭାବରେ ଆଗକୁ ବୃଦ୍ଧି ପାଇବାରେ ଲାଗିଛି । ରୂପା ମୂଲ୍ୟ ୭୭ ହଜାର ଅତିକ୍ରମ କରି ୮୦ ହଜାର ଆଡକୁ ବଢୁଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଦୀପାବଳି ପର୍ଯ୍ୟନ୍ତ ସୁନା ମୂଲ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିବ । ଏଥି ସହିତ ଜେପି ମୋର୍ଗାନ କହିଛନ୍ତି ଯେ ବର୍ତ୍ତମାନର ଅର୍ଥନୈତିକ, ମହାମାରୀ ଏବଂ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୀପାବଳି ଫଳରେ ସୁନା ୭୦,୦୦୦ ସ୍ତରକୁ ଛୁଇଁବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ କରୋନା ଟିକା ଆସିଲେ ମଧ୍ୟ ବିଶ୍ବ ଅର୍ଥନୀତିରେ ଉନ୍ନତି ଆସିବାକୁ ଆଉ ବହୁତ ସମୟ ଅଛି । ସେପର୍ଯ୍ୟନ୍ତ ସୁନାର ମୂଲ୍ୟ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.