Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଆଜିଠୁ ଶସ୍ତାରେ ସୁନା ବିକିବେ ସରକାର, ହାତଛଡା କରନ୍ତୁ ନାହିଁ ସୁଯୋଗ

12/07/2021 at 9:20 AM

ନୂଆଦିଲ୍ଲୀ, ୧୨/୦୭: ଆଜିଠୁ  ଶସ୍ତାରେ ମିଳିବ ସୁନା । ଯଦି ଆପଣ କମ୍ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି ବା ନିବେଶ କରିବାକୁ ଚାହୁଁଛନ୍ତି ତେବେ ସୋମବାର ଆପଣ ଏହାର ଲାଭ ଉଟାଇପାରିବେ। କାରଣ ସରକାର ସୋମବାରଠୁ ସୋଭରନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ଆରମ୍ଭ କରିଛନ୍ତି। ଏହି ବିକ୍ରି ଜୁଲାଇ ୧୬ ବା ଶୁକ୍ରବାର ଯାଏଁ ଚାଲିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ କହିଛି ଯେ, ଏହି ସମୟରେ ପ୍ରତି ଗ୍ରାମ ସୁନାର ମୂଲ୍ୟ ୪୮୦୭ ଟଙ୍କା ରହିବ ।ଏହି ସ୍କିମ ଆରବିଆଇ ସରକାରଙ୍କ ତରଫରୁ ଜାରି କରିଥାଏ । ସୋଭରନ୍ ଗୋଲ୍ଡ ବଣ୍ଡ୍-୨୦୨୧-୨୨ର ଚତୁର୍ଥ କିସ୍ତି ସୋମବାରଠୁ ୫ ଦିନ ଯାଏଁ ଚାଲିବ । ଯଦି ଗୋଲ୍ଡ ବଣ୍ଡ୍ ପାଇଁ ଆପଣ ଅନଲାଇନରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ । ଅର୍ଥାତ ନିବେଶକ ୧ ଗ୍ରାମର ସୁନାକୁ ୪୭୫୭ ଟଙ୍କାରେ କିଣିପାରିବେ ।

ଯେଉଁମାନେ ସୁନା କିଣିବାକୁ ଚାହୁଁଛନ୍ତି ସେମାନେ ଗୋଲ୍ଡ ବଣ୍ଡ୍ ସମସ୍ତ ବ୍ୟାଙ୍କ୍, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଡାକଘର ଓ ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜରେ ଉପଲବ୍ଧ ହେବ । ଏହାକୁ ଏନଏସଇ ଓ ବିଏସଇ ମାଧ୍ୟମରେ ବିକ୍ରି କରାଯିବ । କିନ୍ତୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଓ ପେମେଣ୍ଟ ବ୍ୟାଙ୍କରେ ଏହା ଉପଲବ୍ଧ ହେବ ନାହିଁ ।

ଜଣେ ବ୍ୟକ୍ତି ସର୍ବାଧିକ ୪ କେଜି ସୁନା କିଣିପାରିବେ । ଅତିକମରେ ୧ ଗ୍ରାମର ସୁନାରେ ନିବେଶ କରିହେବ । ଟ୍ରଷ୍ଟ୍ କିମ୍ବା ଅନ୍ୟ ସଂସ୍ଥା ୨୦ କେଜି ଯାଏଁ ସୁନା କିଣିପାରିବେ ।

   Related Posts