Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କମିଲା ସୁନା: ରେକର୍ଡ ସ୍ଥରରୁ ୧୧ ହଜାର ଟଙ୍କା ଖସିଲା

27/06/2021 at 8:44 PM

ନୂଆଦିଲ୍ଲୀ ୨୭/୦୬ : ଭାରତୀୟ ବଜାରରେ ସୁନା-ରୁପା ଦାମ ଲଗାତାର ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀ ଗହଣା ବଜାରରେ ସୁନା ଦର ମାମୁଲି ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୪୬ ହଜାର ୩୦୯ ଟଙ୍କା ଥିଲା। ରୁପା ଦର କିଲୋ ପ୍ରତି ୬୭ ହଜାର ୨୪୮ ଟଙ୍କା ଥିଲା ଯାହା ଜୁନ ୨୪ ତାରିଖରେ ୬୬ ହଜାର ୯୧୬ ଟଙ୍କା ଥିଲା। ରବିବାର ପୁଣି ସୁନା-ରୁପା ଦର ହ୍ରାସ ପାଇଛି। ଚଳିତ ବର୍ଷ ସୁନା ଦର ସବୁ ରେକର୍ଡ ଭାଙ୍ଗି ଦେବ ବୋଲି ଅନୁମାନ କରାଯାଉଛି।

ସୁନା-ରୁପା ଦାମ ବର୍ତ୍ତମାନ ସର୍ବୋଚ୍ଚ ସ୍ଥରରୁ ବହୁତ ହ୍ରାସ ପାଇଛି। ସୁନା ଦର ଗତ ବର୍ଷ ଅଗଷ୍ଟରେ ସର୍ବୋଚ୍ଚ ସ୍ଥରରେ ପହଞ୍ଚିଥିଲା। ୨୦୨୦ ଅଗଷ୍ଟ ୭ ତାରିଖରେ ଦିଲ୍ଲୀ ଗହଣା ବଜାରରେ ସୁନା ୧୦ ଗ୍ରାମ ପ୍ରତି ୫୭ ହଜାର ୮ ଟଙ୍କା ଥିଲା। ଏହି ତୁଳନାରେ ଜୁନ ୨୫ ରେ ସୁନା ଦାମ ୧୦ ହଜାର ୬୯୯ ଟଙ୍କା ହ୍ରାସ ପାଇଛି। ସେହିଭଳି ୨୦୨୦ ଅଗଷ୍ଟ ୧୦ରେ ରୁପା କିଲୋ ପ୍ରତି ୭୮ ହଜାର ୨୫୬ ଟଙ୍କା ଥିଲା। ଏହା ତୁଳନାରେ ବର୍ତ୍ତମାନ ରୁପା ଦର ୧୧ ହଜାର ୮ ଟଙ୍କା ହ୍ରାସ ପାଇଛି।

ସୂଚନା ଅନୁଯାୟୀ, ସୁନା ଦର ଚଳିତ ବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପ୍ରତି ୬୦ ହଜାର ହୋଇପାରେ। ଯଦି କରୋନାର ତୃତୀୟ ଲହର ଆସେ ଓ ରାଜ୍ୟମାନଙ୍କୁ ପୁଣି ଲକଡାଉନ କରିବାକୁ ପଡେ ତାହେଲେ ବ୍ୟବସାୟ ପ୍ରଭାବିତ ହେବ। କରୋନା ପ୍ରାରମ୍ଭ ସମୟରେ ଟଙ୍କା ଡଲାର ତୁଳନାରେ ୭୮ ଯାଏଁ ପହଞ୍ଚି ଯାଇଥିଲା। ଯଦି ଏହି ପରିସ୍ଥିତି ପୁନର୍ବାର ଉପୁଜେ ଏବଂ ଡଲାର ବୃଦ୍ଧି ହୁଏ ତେବେ ସୁନା-ରୁପା ଦର ଦ୍ରୁତ ଗତିରେ ବୃଦ୍ଧି ପାଇବ।

   Related Posts