Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୁଣି ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

30/06/2021 at 1:52 PM

ନୂଆଦିଲ୍ଲୀ ୩୦।୬: ଦିଲ୍ଲୀର ସୁନା-ରୂପା ହୋଲସେଲିଂ ବଜାରରେ ମଙ୍ଗଳବାର ଦିନ ସୁନା ୮୯ ଟଙ୍କା ହ୍ରାସ ହୋଇ ୪୬,୧୬୭ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଏଚଡିଏଫସି ସିକ୍ୟୁରିଟି ଅନୁଯାୟୀ ଏହା ପୂର୍ବ କାରବାରରେ ସୁନା ୪୬,୨୫୬ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା ।

ରୂପା ମଧ୍ୟ ୨୨୨ ଟଙ୍କା ହ୍ରାସ ପାଇଁ ୬୭,୯୨୬ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ପୂର୍ବ କାରବାରରେ ଏହା ୬୮,୯୨୬ଟଙ୍କାରେ ବନ୍ଦ ହୋଇଥିଲା ।  ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇ ପ୍ରତି ଅନ୍ସରେ ୧,୭୭୪ ଡଲାର ଖସି ଆସିଥିବାବେଳେ ରୂପା ପ୍ରତି ଅନ୍ସରେ ୨୬.୦୨ ଡଲାର ଅପରିବର୍ତ୍ତିତ ରହିଛି । HDFC ସିକ୍ୟୁରିଟିର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି, ଡଲାରର ମୂଲ୍ୟ ମଜବୁତ ହେତୁ ସୁନା ହ୍ରାସ ପାଉଛି ।

ସେହିଭଳି ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ ଦ୍ବାରା ଜାରି ତାଜା ରେଟ୍ ସ ଅନୁଯାୟୀ ବର୍ତ୍ତମାନ ୨୩ କ୍ୟାରେଟ୍ ସୁନା ମୂଲ୍ୟ ୪୬୮୨୦ ଟଙ୍କାକୁ ଖସି ଆସିଛି । ଏଥିସହିତ ୨୨ କ୍ୟାରେଟ୍ ସୁନା ୧୦ଗ୍ରାମକୁ ୪୩୦୫୯ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ସୁନା ଅଳଙ୍କାରରେ ସବୁଠାରୁ ଅଧିକ ଉପଯୋଗୀ ୧୮ କ୍ୟାରେଟ୍ ସୁନା ମୂଲ୍ୟ ବର୍ତ୍ତମାନ ୩୫୨୨୬ ଟଙ୍କାକୁ ଖସି ଆସିଛି । ଉଲ୍ଲେଖଯୋଗ୍ୟ ଯେ,  ଇଣ୍ଡିଆ ବୁଲିୟନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଏବଂ ଆପଣଙ୍କ ସହରର ମୂଲ୍ୟରେ ଏହି ହାରରେ ୫୦୦ରୁ ୧୦୦୦ଟଙ୍କା ମଧ୍ୟରେ ପାର୍ଥକ୍ୟ ଥାଇପାରେ ।

   Related Posts