୯୫୪ ଟଙ୍କା କମିଲା ସୁନା, ରୂପା ୮୦ ଟଙ୍କା ହ୍ରାସ

Published By : Prameya-News7 Bureau | February 26, 2020 IST

ନୂଆଦିଲ୍ଲୀ ୨୬।୦୨- ହୁ ହୁ ବଢିବା ପରେ ଏବେ ସୁନାଦର ପ୍ରତି ୧୦ ଗ୍ରାମ ୯୫୪ ଟଙ୍କା ହ୍ରାସ ପାଇଛି । ସୁନାଦର ରେକର୍ଡ ସ୍ତରରେ ପହଞ୍ଚିଥିଲା । ଏହା ୭ ବର୍ଷର ରେକର୍ଡକୁ ଅତିକ୍ରମ କରିଥିଲା । କରୋନା ଭୁତାଣୁ ଭୟରେ ଚୀନ୍‌ ସମର୍ଥିତ ସୁନାର ଆମଦାନୀ ଓ ରପ୍ତାନୀ ହ୍ରାସ ପାଇଛି ।

{"id":189623,"sizeSlug":"large"}

ଇକୋନୋମିକସ୍‌ ଟାଇମ୍‌ରେ ବାହାରିଥିବା ଖବର ଅନୁଯାୟୀ ସୁନାଦର ଦେଶର ରାଜଧାନୀ ନୂଆଦିଲ୍ଲୀରେ ୯୫୪ ଟଙ୍କା ହ୍ରାସ ପାଇଛି । ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍‌ ସୁନା ଦର ହ୍ରାସ ପାଇଛି ୪୩,୫୪୯ ଟଙ୍କାରେ ପହଞ୍ଚିଛି । ରୂପାର ପ୍ରତି କିଲୋଗ୍ରାମ ୮୦ ଟଙ୍କା ହ୍ରାସ ପାଇ ୫୦,୦୭୦ ଟଙ୍କାରୁ କମି ୪୯,୯୯୦ ଟଙ୍କାରେ ପହଞ୍ଚିଛି ।

{"id":200621,"sizeSlug":"large"}

ଅନ୍ତର୍ଜାତୀୟ ବଜାରରେ ସୁନାଦର ୭ ବର୍ଷର ରେକର୍ଡ ଅତିକ୍ରମ କରିଥିଲା । କରୋନା ଭାଇରସ୍‌ ବ୍ୟାପିବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଥିଲା । ଏବେ ଅନ୍ତର୍ଜାତୀୟ ବଜାରରେ ସୁନାଦର ୦.୫ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନସ୍‌ ୧,୬୪୩.୪୯ ଡଲାରରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.