ପୁଣି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ଆଜିର ଦାମ୍...

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ, ୨୦/୧୦:  ଚଳିତ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାର ମଙ୍ଗଳବାର ସୁନା ଦରରେ ହ୍ରାସ ସହ କାରବାର ଆରମ୍ଭ ହୋଇଥିଲା । ଗହଣା ବଜାରରେ ଚାହିଦା କମ୍ ଥିବାରୁ ନିବେଶକମାନେ ସୁନାରୁ ମୁହଁ ଫେରାଇ ନେଇଥିଲେ । ଫଳରେ ଆଜି ସୁନା ଦର ୦.୨୩ ପ୍ରତିଶତ  ପାଇ ୧୦ ଗ୍ରାମ ପିଛା ୫୦,୫୭୦ ଟଙ୍କା ରହିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଡିସେମ୍ବରରେ ସୁନାର ଭବିଷ୍ୟତ ଦର ୧୧୭ ଟଙ୍କା ଅର୍ଥାତ ୦.୨୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୫୭୦ ରହିଛି । ସେହିପରି ସୁନାର ଫେବ୍ରୁଆରୀ ମାସର ଅନୁବଦ୍ଧ ୮୪ ଟଙ୍କା ଅର୍ଥାତ ୦.୧୭ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୬୬୦ ରହିଯାଇଛି । ଏହି ଅନୁବନ୍ଧରେ ୧୪୦୨ ଲଟ୍ ପାଇଁ କାରବାର କରାଯାଇଥିଲା । ନ୍ୟୁୟର୍କରେ ମଧ୍ୟ ସୁନା ୦.୪୪ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୯୦୩.୨୦ ଡଲାର ହୋଇଛି ।

ଦିଲ୍ଲୀର ଗହଣା ବଜାରରେ ସୁନା ମଙ୍ଗଳବାର ୨୬୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୮୬୦ରେ ବନ୍ଦ ହୋଇଛି । ଏଚଡିଏଫସି ସିକ୍ୟୋରିଟିଜ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାର ପୂର୍ବ ଦିନ ସୁନା ୫୧,୧୨୮ରେ ବନ୍ଦ ହୋଇଥିଲା ।

ବିଶେଷଜ୍ଞଙ୍କ କହିବାନୁସାରେ, ନିବେଶକଙ୍କୁ ଆମେରିକୀୟ ପ୍ରୋତ୍ସାହନ ରାଶି ବାବଦରେ ଅଧିକ ତଥ୍ୟ ଜଣାପଡିନାହିଁ । ତେଣୁ ସୁନାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ଆମେରିକାରେ କରୋନା ଭାଇରସକୁ ନେଉ ଏପରି ସ୍ଥିତି ଉପୁଜିଛି । ଆଗକୁ ମଧ୍ୟ ସୁନାର ଦାମ୍ ଅଧିକ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଅଗଷ୍ଟ ୭ରେ ସୁନାର ଦାମ୍ ଦିଲ୍ଲୀର ବିଭିନ୍ନ ଗହଣା ଦୋକାନରେ ୧୦ ଗ୍ରାମ ପିଛା ୫୬୨୦୦ ଥିଲା । ସୁନାର ଦାମ୍ ବିଭିନ୍ନ କାରଣ ଉପରେ ନିର୍ଭର କରେ । ଚାହିଦା ବୃଦ୍ଧି ପାଇଲେ ସୁନାର ଦାମ୍ ବୃଦ୍ଧି ପାଇବ ବୋଲି କହିଛନ୍ତି ମୋତିଲାଲ ଅଶ୍ୱାଲ ଫାଇନାନ୍ସିଆଲ ସର୍ଭିସେସର ଉପାଧ୍ୟକ୍ଷ ବିନିତ ଦମାନୀ ।ତେବେ ଦୀପାବଳି ସମୟେର ସୁନାର ଦାମ୍ ୫୨ ହଜାରରୁ ୫୪ ହଜାର ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.