ଦୀପାବଳିରେ କମିଛି ସୁନା ଦାମ୍, ଗତ ୪ ଦିନରେ ହ୍ରାସ ପାଇଛି ଏତିକି ଟଙ୍କା

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ, ୧୪|୧୧: ସାଧାରଣତଃ ଦୀପାବଳି ଦିନ ଦିଲ୍ଲୀର ଗହଣା ବଜାରରେ ସୁନାର ଦାମ୍ ହ୍ରାସ ପାଇଥାଏ । ଗତ ୯ଟି ଦୀପାବଳିରେ ପ୍ରାୟ ୫ ଥର ସୁନାର ଦାମ୍ ହ୍ରାସ ପାଇଛି । ଗତ ୫ ଦିନକୁ ହିସାବ କଲେ ସୁନାର ଦାମ୍ ୧୭୧୮ ଟଙ୍କା କମିଛି । ନଭେମ୍ବର ୯ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦାମ୍ ୫୨୪୨୦ ଟଙ୍କା ଥିଲା । ନଭେମ୍ବର ୧୨ରେ ଏହା ୫୦୭୦୨କୁ ଖସି ଆସିଥିଲା ।

ଦୀପାବଳିରୁ ଦୀପାବଳି ଯାଏଁ ସୁନା ଦରକୁ ତୁଳନା କଲେ କେବଳ ୪ ଥର ସୁନା ଦାମ୍ ବଢିଛି । ଗତ ଦୁଇଟି ଦୀପାବଳିରେ ସୁନାର ଦାମ୍ ବଢିଥିଲା । ଚଳିତ ଥର ମଧ୍ୟ ପୂର୍ବ ଦୀପାବଳି ତୁଳନାରେ ସୁନାର ଦାମ୍ ଅଧିକ ରହିଛି । ଶନିବାର ଗହଣା ବଜାରରେ  ୧୦ ଗ୍ରାମ ସୁନା ଦର ୫୨ ହଜାର ପାଖାପାଖି ପହଁଚିଥିଲା । ନଭେମ୍ବର ୧୩ରେ ୨୪ କ୍ୟାରେଟ୍ ସୁନାର ଦାମ୍ ୨୪୮ ଟଙ୍କା ହ୍ରାସ ପାଇ ୫୦୯୫୦ ହୋଇଥିଲା ।

୨୦୧୯ ଦୀପାବଳିରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୩୮ ହଜାର ୨୯୩ ଟଙ୍କା ଥିଲା । ପୂର୍ବ ଦୀପାବଳି ତୁଳନାରେ ଚଳିତ ବର୍ଷ ସୁନାର ଦାମ୍ ୧୨୬୫୭ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ମଧ୍ୟ ଚଳିତ ଦୀପାବଳିରେ ସୁନାର ଦାମ୍ ୫୨ରୁ ୫୪ ହଜାର ଟଙ୍କା ମଧ୍ୟରେ ରହିବା ନେଇ ଅନୁମାନ କରାଯାଉଥିଲା ।

ସେହିପରି ୨୦୧୦ ଦୀପାବଳି ତୁଳନାରେ ୨୦୧୧ରେ ସୁନାର ଦାମ୍ ୩୮ ପ୍ରତିଶତ ବୃଦ୍ଧି ପାଇଥିଲା । ଅକ୍ଟୋବର ୨୬, ୨୦୧୧ରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୨୭୫୭୦ ଟଙ୍କା ଥିଲା । ୨୦୧୨ ଦୀପାବଳି ଦିନ ସୁନାର ଦାମ୍ ୧୦ ଗ୍ରାମ ପିଛା ୩୧୭୧୯ ଟଙ୍କା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.