ଦୁଇ ଦିନରେ ୧୦୦୦ ଟଙ୍କା ଶସ୍ତା ହେଲା ସୁନା, କିନ୍ତୁ ବଢିଲା ରୁପାର ଦାମ୍

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ,୧୦/୧୨:ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବା ଏମସିଏକ୍ସରେ ଫେବ୍ରୁଆରୀରେ ସୁନାର ଭବିଷ୍ୟତ ଦର ୦.୦୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ୍ ପିଛା ୪୯,୨୫୦ ଟଙ୍କାରେ ପହଁଚିଛି । ତେବେ ରୁପାର ଦାମ୍ ୦.୨ ପ୍ରତିଶତ ବୃଦ୍ଧି ପାଇ ୬୩,୬୩୫ ଛୁଇଁଛି ।

ବୁଧବାର ସୁନାର ଭବିଷ୍ୟତ ଦର ୧.୮ ପ୍ରତିଶତ ଅର୍ଥାତ ୯୨୦ ଟଙ୍କା ହ୍ରାସ ପାଇଥିଲା । ସେହିପରି ରୁପା ୨.୭ ପ୍ରତିଶତ ଅର୍ଥାତ ୧୮୦୦ ଟଙ୍କା ଶସ୍ତା ହୋଇଥିଲା ଅର୍ଥାତ ଦୁଇଦିନରେ ସୁନାର ଭବିଷ୍ୟତ ଦର ପ୍ରାୟ ୧୮୦୦ ଟଙ୍କା ଶସ୍ତା ହୋଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଆମେରିକା ଡଲରରେ ସ୍ଥିରତା କାରଣରୁ ସୁନାର ଭବିଷ୍ୟତ ଦର  ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୮୩୫.୧୧ ଡଲାର ରହିଛି । ରୁପା ମଧ୍ୟ ୦.୩ ପ୍ରତିଶତ ଖସି ଆଉନ୍ସ ପିଛା ୨୩.୮୫ ଡଲାର ହୋଇଯାଇଛି ।

ବୁଧବାର ଘରୋଇ ବଜାରରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୮,୩୦୦  ଟଙ୍କା ଥିବା ବେଳେ ରୁପାର ଦାମ୍ ରହିଛି ୬୪,୪୦୦ ଟଙ୍କା ।

ସୁନାକୁ ମୁଦ୍ରାସ୍ଫିତି ଓ ଟଙ୍କା ଦୁର୍ବଳରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଏ । ଚଳିତ ବର୍ଷ କେନ୍ଦ୍ରୀୟ ବ୍ୟାଙ୍କ୍  ଦ୍ୱାରା ଘୋଷିତ ଅଦ୍ଭୁଦପୂର୍ବ ପ୍ରୋତ୍ସାହନ ମଧ୍ୟରେ ଏବେସୁଦ୍ଧା ସୁନାର ଦାମ୍ ୨୦ ପ୍ରତିଶତ ବୃଦ୍ଧି ପାଇଛି । ସୁନା ବ୍ୟବସାୟୀମାନେ ଗୁରୁବାର ୟୁରୋପୀୟ ସେଣ୍ଟ୍ରାଲ୍ ବ୍ୟାଙ୍କର ମୁଦ୍ରାନୀତି ଉପରେ ନଜର ରଖିଛନ୍ତି ।

ଆମେରିକୀୟ ଡଲାରରେ ଅସ୍ଥିରତା, କରୋନା ପ୍ରକୋପ ଓ ଏହାସହ ଜଡିତ ପ୍ରତିବନ୍ଧକ, ପ୍ରମୁଖ ଅର୍ଥବ୍ୟବସ୍ଥାର ମିଶ୍ରିତ ତଥ୍ୟ ଓ ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇଁ ସୁନା-ରୁପା ଦାମ କମ୍ ବା ବେଶୀ ରହୁଛି । ଯାହା ଆଗକୁ କିଛି ମାସ ଯାଏଁ ଜାରି ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.