Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଚମକ ହରାଉଛି ସୁନା : ଆଜି ପୁଣି କମିଲା ଦାମ୍, ଜାଣନ୍ତୁ ନୂଆ ଦର

12/03/2021 at 11:19 AM

ନୂଆଦିଲ୍ଲୀ,୧୨/୦୩: ଭାରତୀୟ ବଜାରରେ ସୁନାର ଚମକ ଧିରେଧିରେ କମୁଛି । ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୧୨ ତାରିଖରେ ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଁଚିଛି ଦାମ୍ ।

ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ତେବେ ସୁନା ୧୧ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଁଚିଛି । ଗତବର୍ଷ ଅଗଷ୍ଟରେ ସୁନା ୫୭୦୦୦ ଟଙ୍କାରେ ପହଁଚିଥିଲା । ତେବେ ବୁଧବାର ସୁନା ଦରରେ ୦.୧୧ ପ୍ରତିଶତ ଓ ରୁପାରେ ୦.୨ ପ୍ରତିଶତ ଅବିଭୃଦ୍ଧି ପରିଲକ୍ଷିତ ହୋଇଥିଲା । କିନ୍ତୁ ଗୁରୁବାର ଏମସିଏକ୍ସରେ କାରବାର ବନ୍ଦ ରହିଥିଲା ।

ଦିଲ୍ଲୀର ଗହଣା ବଜାରରେ ଶୁକ୍ରବାର ସୁନା ଦରରେ ୦.୩ ପ୍ରତିଶତ ହ୍ରାସ ପାଇଛି । ଦିଲ୍ଲୀରେ ସୁନାଦର ଏବେ ୧୦ ଗ୍ରାମ ପିଛା ୪୪୭୩୧ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୭୧୮ ଡଲାର ରହିଛି ।

ସେହିପରି ରୁପା ଦର ମଧ୍ୟ କମିଛି । ରୁପା ଦର ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଆଉନ୍ସ ପିଛା ରହିଛି ୨୬.୧୧ ଡଲାର ।  

   Related Posts