Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କନିଆଁ ପାଇଁ ପ୍ରସ୍ତୁତ ହେଲା ସୁନାର ମାସ୍କ କମ୍ ନେକଲେସ୍ : ମାର୍କେଟରେ ବଢ଼ୁଛି ଡିମାଣ୍ଡ

15/07/2020 at 10:27 AM

ପୁଣେ ୧୫/୭: କରୋନା ଭାଇରସ୍ ଯୋଗୁଁ ମାସ୍କ ପିନ୍ଧିବା ଜରୁରୀ ହୋଇ ପଡ଼ିଛି। ବଜାରରେ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି ହେଉଛି। ବିବାହ ଋତୁ ଯୋଗୁଁ ବର ଏବଂ କନିଆଁ ପାଇଁ କିଛି ଭିନ୍ନ ଧରଣର ମାସ୍କର ଦାବି ମାର୍କେଟରେ ବଢ଼ୁଛି। ଯାହାକୁ ପୂରା ମଧ୍ୟ କରାଯାଉଛି।

ପୁଣେର ରାଙ୍କା ଜୁଏଲର୍ସ ବିବାହ ସମୟରେ କନିଆଁ ପାଇଁ ଏକ ଖାସ୍ ପ୍ରକାରର ସୁନାର ମାସ୍କ ପ୍ରସ୍ତୁତ କରିଥିଲା। ୧୨୪ଗ୍ରାମର ସୁନାର ମାସ୍କର ମୂଲ୍ୟ ୬.୫ଲକ୍ଷ ଟଙ୍କା। ଏହାକୁ କରୋନା ସଙ୍କଟରେ ମାସ୍କ ଏବଂ ନେକଲେସ୍ ଭଳି ପିନ୍ଧା ଯାଇ ପାରିବ। ଏହି ମାସ୍କ କମ୍ ନେକଲେସକୁ ଏନ୍-୯୫ମାସ୍କ ଉପରେ ଷ୍ଟିଚ୍ କରାଯାଇଛି। ଏହା ଏକ ନେକଲେସ୍ ଚୋକର। ୨୫ଦିନ ପରେ ଏହାକୁ ଧୋଇ ପୁଣି ଥରେ ପିନ୍ଧା ଯାଇପାରିବ।

ଏହାର ସବୁଠୁ ଖାସ୍ କଥା ହେଉଛି ଯେ ବ୍ୟବହାର କରିବା ପରେ ଏହାକୁ ସହଜରେ ବଦଳା ଯାଇ ପାରିବ। ଏହାକୁ ଏଭଳି ଡିଜାଇନ୍ କରାଯାଇଛି ଯେ ମାସ୍କ ଖରାପ ହେଲେ ଏହା ଅନ୍ୟ ମାସ୍କ ଉପରେ ସହଜରେ ଲଗା ଯାଇପାରିବ। ଏହାକୁ ଡିଜାଇନ୍ କରିବା ଏବଂ ପ୍ରସ୍ତୁତ କରିବାରେ ୩ସପ୍ତାହ ସମୟ ଲାଗିଥିଲା। ତୁର୍କିରୁ ଖାସ୍ କରି ଏହାକୁ ପ୍ରସ୍ତୁତ କରିବା ପାଇଁ ଡାଇ ମଗା ଯାଇଥିଲା।

ରାଙ୍କା ଜୁଏଲର୍ସଙ୍କ ଅନୁଯାୟୀ, ବିବାହ ଭଳି ସାର୍ବଜନିକ ସ୍ଥାନରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ। ଏଥିପାଇଁ ଆମେ ବର ଏବଂ କନିଆଁଙ୍କ ପାଇଁ ଖାସ୍ କରି ମାସ୍କ ପ୍ରସ୍ତୁତ କରିବାକୁ ଭାବିଥିଲୁ। ଏହି ମାସ୍କକୁ ଖୁବ୍ ପସନ୍ଦ କରାଯାଉଛି। ଏହାର ଡିମାଣ୍ଡ ଦିନକୁ ଦିନ ବଢ଼ୁଛି।

ଏହାକୁ ପ୍ରସ୍ତୁତ କରିଥିବା ଜୁଏଲର୍ସଙ୍କ ହିସାବରେ କରୋନା ସଙ୍କଟ ପରେ ଏହାକୁ ନେକଲେସ୍ ଭଳି ପିନ୍ଧି ପାରିବେ। ମହିଳାଙ୍କୁ ଏହି ମାସ୍କ କମ୍ ନେକଲେସ୍ ଖୁବ୍ ପସନ୍ଦ ଆସୁଛି। ଏବେ ପୁରୁଷଙ୍କ ପାଇଁ ମଧ୍ୟ ସୁନାର ମାସ୍କ ପ୍ରସ୍ତୁତ କରାଯାଉଛି।

ଏହା ପୂର୍ବରୁ ସୁରଟର ଜୁଏଲାରୀ ଦୋକାନ ମାଲିକ ହୀରାରେ ପ୍ରସ୍ତୁତ ମାସ୍କ ବିକ୍ରି କରିବା ଆରମ୍ଭ କରିଥିଲେ। ଯାହାର ମୂଲ୍ୟ ଦେଢ଼ ଲକ୍ଷଠୁ ଆରମ୍ଭ ହୋଇ ୪ଲକ୍ଷ ।

   Related Posts