Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଗୋଲଡ୍‌ ମନିଟାଇଜେସନ୍ ସ୍କିମ୍‌ରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା, ନିୟମରେ ଆସିବ ପରିବର୍ତ୍ତନ

27/02/2020 at 3:42 PM

ନୂଆଦିଲ୍ଲୀ୨୭/୨: ଦିନକୁ ଦିନ ସୁନା ଦର ହୁଁହୁଁ ହୋଇ ବୃଦ୍ଧି ପାଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଳାଧନ ଭଳି ଘରେ ଲୁଚେଇ ରଖିଥିବା ସୁନା ଉପରେ କେନ୍ଦ୍ର ସରକାର ନୂଆ କଟକଣା ଜାରି କରିଥିଲେ। ଗୋଲଡ୍‌ ମନିଟାଇଜେସନ୍‌ ସ୍କିମ ଯୋଗୁଁ କେନ୍ଦ୍ର ସରକାରଙ୍କୁ ୧୫୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ତେଣୁ ଖୁବ ଶୀଘ୍ର ଏହି ସ୍କିମରେ ପରିବର୍ତ୍ତନ ହେବ ବୋଲି ସୂଚନା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଗୋଲଡ୍ ମନିଟାଇଜେସନ କେନ୍ଦ୍ର ସରକାରଙ୍କୁ ମହଙ୍ଗା ପଡିଛି।

ସୂଚନାଯୋଗ୍ୟ ଯେ ଗୋଲଡ୍ ମନିଟାଇଜେସନ ସ୍କିମ୍ ଅନୁସାରେ ବ୍ୟାଙ୍କରେ ସୁନା ରଖି ପାରିବେ। ସେଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ମଧ୍ୟ ସୁଧ ଦେବ। ପୂର୍ବରୁ ଗ୍ରାହକମାନେ ବ୍ୟାଙ୍କ ଲକରରେ ସୁନ ରଖୁଥିଲେ। କିନ୍ତୁ ବର୍ତ୍ତମାନ ଲକରରେ ରଖିବାର ଆବଶ୍ୟକତା ନାହିଁ। ବ୍ୟାଙ୍କ କର୍ମଚାରୀଙ୍କ ପାଖରେ ଡିପୋଜିଟ୍ କରି ପାରିବେ। ଏଥିସହ ୩୦ ଗ୍ରାମରୁ ଉର୍ଦ୍ଧ୍ବ ଏବଂ ୯୯୫ ହଲମାର୍କ ସୁନା ବ୍ୟାଙ୍କରେ ରଖି ପାରିବେ। ୨୦୧୫ ମସିହାରୁ ଗୋଲଡ୍ ମନିଟାଇଜେସନ ସ୍କିମ ଆରମ୍ଭ ହୋଇଥିଲା।ଏପରି କି ବହୁତ କମ୍ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ଗୋଲଡ୍‌ ମନିଟାଇଜେସନ ସ୍କିମର ସୁବିଧା ଉପଲବ୍ଧ ହେଉଛି।ସେଥିମଧ୍ୟରୁ ସହରାଞ୍ଚଳର ଅଧିକାଂଶ ବ୍ୟାଙ୍କରେ ଏହି ସୁବିଧା ରହିଛି।

୨୦୧୫ ମସିହାରେ ଗୋଲଡ୍ ମନିଟାଇଜେସନ ସ୍କିମ ଆରମ୍ଭ ହୋଇଥିଲା। ଘରେ କିମ୍ବା ଟ୍ରଷ୍ଟ ଗୁଡିକରେ ଗୁପ୍ତଭାବେ ଥିବା ସୁନା ବାହାର କରିବା ଗୋଲଡ ମନିଟାଇଜେସନ ସ୍କିମର ମୂଳ ଲକ୍ଷ୍ୟଥିଲା। ଲମ୍ବା ଅବଧି ବା ୧୨ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରେ ସୁନା ରଖିବା ପାଇଁ ସୁବିଧା ରହିଛି। ଏହି ସ୍କିମରେ ସରକାରଙ୍କୁ ୧୫୦୦ ଟଙ୍କା କ୍ଷତି ସହିବା ପରେ ସ୍କିମରେ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି।

   Related Posts