Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସିବିଆଇର ସୁନା ନେଲା କିଏ ? ଜବତ ହୋଇଥିବା ସୁନାରୁ ୧୦୦ କେଜି ଗାଏବ, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

12/12/2020 at 1:44 PM

ଚେନ୍ନାଇ, ୧୨|୧୨:   ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ମାମଲା କୋର୍ଟରେ ପହଁଚିଲାଣି । କୋର୍ଟ ମାମଲାରରେ ସିବି-ସିଆଇଡିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାକୁ ନେଇ ସିବିଆଇ କହିଛି ଯେ, ଏହା ସେତେବେଳେ ଜଣାପଡିଥିଲା ଯେତେବେଳେ କୋଟି କୋଟି ଟଙ୍କାର ସୁନାକୁ ଓଜନ କରିବାକୁ ନିଆଁଯାଇଥିଲା । ଓଜନ କରିବା ପରେ ସୁନା କମ୍ ଥିବା ଜଣାପଡିଥିଲା ।

ପ୍ରାୟ ୪୦୦.୫ କେଜିର ସୁନା ଜବତ ହୋଇଥିଲା । ୨୦୧୨ରେ ସୁରାଣା କର୍ପୋରେସନରେ ଚଢାଉ କରାଯାଇ ଏହାକୁ ଜବତ କରାଯାଇଥିଲା । କିନ୍ତୁ ଏଥିରେ ଶହେରୁ ଅଧିକ କେଜିର ସୁନା ଗାଏବ ଥିବା ଜଣାପଡିଥିଲା । ପ୍ରାୟ ୧୦୩ କେଜି ସୁନା ଗାଏବ ଥିବା ସୂଚନା ମିଳିଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ମାମଲା କୋର୍ଟରେ ପହଁଚିବା ପରେ କୋର୍ଟ ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାକୁ ସ୍ଥାନୀୟ ସିବିଆଇ ଅଧିକାରୀ ତଦନ୍ତ ଉପରେ ଆପତ୍ତି ପ୍ରକାଶ କରିଥିଲେ ବି କୋର୍ଟ ଖାରଜ କରିଦେଇଛନ୍ତି । ୬ ମାସରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

   Related Posts