ତୀରନ୍ଦାଜରେ ଗୋଲ୍ଡ ମେଡେଲ୍ ଜିତିଥିଲେ ମମତା, ଏବେ ବିକ୍ରି କରୁଛନ୍ତି ଝାଲମୁଢି

Published By : Prameya-News7 Bureau | March 04, 2021 IST

ଝାରଖଣ୍ଡ ୦୪/୦୨:  ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିଥିବା ମମତା ପରିବାରର ଆର୍ଥିକ ଅବସ୍ଥା ହେତୁ ଝାଲମୁଢି ବିକ୍ରି କରି ପେଟ ପୋଷୁଛନ୍ତି । ଝାରଖଣ୍ଡ,ଧନବାଦର ତେଲିପଡାରେ ରହୁଥିବା ମମତା ୧୩ ବର୍ଷ ବୟସରେ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ । କିନ୍ତୁ ଆଜି ସେ ଖେଳ ଛାଡି ମୁଢି ବିକ୍ରି କରୁଛନ୍ତି । ମମତାଙ୍କୁ ଧନବାଦରେ ‘ଗୋଲ୍ଡ ଗାର୍ଲ’ ନାମରେ ମଧ୍ୟ ଜଣାଯାଏ ।

PunjabKesari

ମମତା ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଆର୍ଚେରୀରେ ତୀରନ୍ଦାଜ ଟ୍ରେନିଂ ନେଉଥିଲେ । କରୋନା ମହାମାରୀ ଯୋଗୁଁ ଲକଡାଉନରେ ସେ ଘରକୁ ଆସିଥିଲେ । କିନ୍ତୁ ପରିବାରର ଆର୍ଥିକ ଅଭାବରୁ ସେ ଫେରି ପାରି ନଥିଲେ । ତୀରନ୍ଦାଜ ଛାଡି ମମତା ଆଜି ତାଙ୍କ ପରିବାରର ଯତ୍ନ ନେଉଛନ୍ତି । ଘରର ଆର୍ଥିକ ଅବସ୍ଥା ଖରାପ ହେତୁ ସେ ଝାଲମୁଢି ବିକ୍ରୟ କରି ପ୍ରତିଦିନ ୧୦୦-୨୦୦ ଟଙ୍କା ରୋଜଗାର କରି ନିଜ ଘର ଚଳାଉଛନ୍ତି । ମମତା କହିଛନ୍ତି,୧୩ ବର୍ଷରୁ କମ୍ ତୀରନ୍ଦାଜରେ ସ୍ୱର୍ଣ୍ଣ ପଦକ ଜିତିବା ବ୍ୟତୀତ ସେ ନେସନାଲ୍ ଚାମ୍ପିଅନସିପରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଆଗକୁ ଖେଳିବାକୁ ଚାହୁଁଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ ।

PunjabKesari

ମମତାଙ୍କ ମା କହିଛନ୍ତି, ତାଙ୍କର ଲକ୍ଷ୍ୟ କେବେ ଭୁଲ୍ ହୁଏ ନାହିଁ । ସେ ଅନେକ ପଦକ ଜିତିଛନ୍ତି । ଏଥି ସହିତ ମମତାଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଧନବାଦ ତୀରନ୍ଦାଜ ସଂଘର ସଦସ୍ୟମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.