ଚୋରୀ ସୁନା କିଣୁଥିଲେ ଧରାପଡିଗଲେ: କୁଆଡୁ ଆସିଲା ଏତେ ସୁନା, ପୋଲିସକୁ ଦେଇପାରିଲେନି ଉତ୍ତର

Published By : Prameya-News7 Bureau | April 08, 2021 IST

ଭୁବନେଶ୍ୱର ୮/୪: ଚୋରୀ ସୁନା କିଣିବା ଅଭିଯୋଗରେ ଜଣେ ସୁନା ଦୋକାନୀକୁ କାବୁ କରିଛି ଲଷ୍ମୀସାଗର ଥାନା ପୋଲିସ । ଅଟକ ଥିବା ସୁନା ଦୋକାନୀ ହେଲେ ଭୁବନେଶ୍ୱର ବାଳକାଟି ଚାରି ମାଣିଆ ଗ୍ରାମର ସୁଶାନ୍ତ ଦେଠୀ ।

ମିଳିଥିବା ସୂଚନା ଅନୁଯାୟୀ,  ସୁଶାନ୍ତଙ୍କର ବାଳକାଟି ବଜାରରେ ଓମ୍ ଜୁଏଲାରୀ ନାମରେ ଏକ ସୁନା ଦୋକାନ ରହିଛି । ସୁଶାନ୍ତ ବିଭିନ୍ନ ସମୟରେ ଚୋରୀ ସୁନା କିଣିଥିବା ଲକ୍ଷ୍ମୀ ସାଗର ପୋଲିସ୍ ଖବର ପାଇଥିଲା । ସଂଧ୍ୟାରେ ପୋଲିସ୍ ସଦଳବଳେ ସୁଶାନ୍ତଙ୍କ ସୁନା ଦୋକାନ ଉପରେ ଚଢାଉ କରି ଏକ କିଲୋଗ୍ରାମ୍  ସୁନା ଜବତ କରିଛି । ଏତେ  ପରିମାଣର ସୁନା କୋଉଠୁ ଆଣିଲ, ସେନେଇ କାଗଜପତ୍ର ମାଗିଥିଲା ପୋଲିସ । ହେଲେ କୌଣସି ସଠିକ ଉତ୍ତର ଦେଇ ପାରିନଥିଲେ ସୁଶାନ୍ତ ।  ସେପଟେ ଚୋରୀ ସୁନା ନୟାଗଡ଼ର ବୋଲି ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.