Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗୋଟିଏ ମାସରେ ୪୦୦୦ ଟଙ୍କା ଶସ୍ତା ହେଲା ସୁନା ! ଆଗାମୀ ସପ୍ତାହରେ ମଧ୍ୟ ଦାମ କମ ହୋଇପାରେ

12/09/2020 at 4:47 PM

ନୂଆଦିଲ୍ଲୀ ୧୨।୦୯: ଦୁନିଆର ସବୁଠୁ ବଡ ଅର୍ଥବ୍ୟବସ୍ଥା ଆମେରିକା ଓ ୟୁରୋପୀୟ ଦେଶର ଆର୍ଥିକ ଅବସ୍ଥାରେ ସୁଧାରର ସଙ୍କେତ ମିଳିବା ପରଠୁ ସୁନାର ମୂଲ୍ୟ ଉପରେ ଚାପ ଜାରି ରହିଛି। ଶୁକ୍ରବାର କମେକ୍ସରେ ସୁନା ଦାମ ୧ ପ୍ରତିଶତ ହ୍ରାସ ଘଟିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଅନ୍ସ ପିଛା ୧୯୪୧ ଟଙ୍କା ରହିଛି। ଦୁନିଆର ବଡ ବଡ ରେଟିଂ ଏଜେନ୍ସି ଅନୁଯାୟୀ ଆସନ୍ତା ବର୍ଷ ପ୍ରାରମ୍ଭ ସୁଦ୍ଧା ସୁନା ଦର ଅଧିକ ବଢିବ ନାହିଁ ବୋଲି ସମ୍ଭାବନା ରହିଛି। ସିଟି ଗ୍ରୁପର ସଦ୍ୟତମ ରିପୋର୍ଟ ଅନୁଯାୟୀ ସୁନା ଦର ବଢିବାର ସମ୍ଭାନା ୩୦ ପ୍ରତିଶତ ରହିଛି। ଅନ୍ୟପଟେ ହ୍ରାସ ହେବା ସମ୍ଭାବନା ୨୦ ପ୍ରତିଶତ ରହିଛି। ଯଦିଓ ସୁନା ଦର ବଢେ ତେବେ ଅନ୍ସ ପିଛା ୨୨୭୫ ଡଲାର ହୋଇପାରେ। ଯଦି ହ୍ରାସ ଘଟେ ତେବେ ଅନ୍ସ ପିଛା ସୁନାର ମୂଲ୍ୟ ୧୬୦୦ ଡଲାର ରହିପାରେ।

ଗୋଟିଏ ମାସରେ ୪୦୦୦ ଟଙ୍କା ଶସ୍ତା ହେଲା ସୁନା

ଯଦି ଭାରତୀୟ ଘରୋଇ ବଜାରକୁ ଦେଖିବା ତେବେ ସୁନାର ମୂଲ୍ୟ କ୍ରମାଗତ ହ୍ରାସ ଘଟି ଚାଲିଛି। ଏହା ପଛର ମୁଖ୍ୟ କାରଣ ବିଦେଶୀ ମୁଦ୍ରା ତୂଳନାରେ ଭାରତୀୟ ମୁଦ୍ରା ମଜବୁତ ହେବା। ଅଗଷ୍ଟ ୧୦ରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା। ମାତ୍ର ଏବେ ଘରୋଇ ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୫୨ ହଜାର ଟଙ୍କା ରହିଛି। ଅର୍ଥାତ ମାସକେ ଭିତରେ ସୁନା ୪୦୦୦ ଟଙ୍କା ଶସ୍ତା ହୋଇଛି।

କ୍ରମାଗତ ଚତୁର୍ଥ ଦିନ ସୁନା ଦାମ ବଢିବା ପରେ ଶୁକ୍ରବାର ଦିଲ୍ଲୀର ସରାଫା ବଜାରରେ ସୁନାର ମୂଲ୍ୟ ହ୍ରାସ ଦେଖିବାକୁ ମିଳିଛି। ୯୯.୯ ପ୍ରତିଶତ ସୁଦ୍ଧ ୧୦ ଗ୍ରାମ ସୁନାର ଦାମ ୫୨,୬୪୩ ଟଙ୍କାରୁ ହ୍ରାସ ଘଟି ୫୨,୪୫୨ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ସୁନାର ମୂଲ୍ୟ ୧୯୧ ଟଙ୍କା ଶସ୍ତା ହୋଇଛି।

ଶୁକ୍ରବାର ଦିଲ୍ଲୀ ସରାଫା ବଜାରରେ ଏକ କିଲୋଗ୍ରାମ ରୂପାର ଦାମ ୭୦,୪୩୧ ଟଙ୍କାରୁ ହ୍ରାସ ଘଟି ୬୯,୯୫୦ ଟଙ୍କା ରହିଛି। ଏହି ସମୟରେ ରୂପାର ମୂଲ୍ୟ ୯୯୦ ଟଙ୍କା ହ୍ରାସ ଘଟିଛି।

   Related Posts