ଚାହିଦା ହ୍ରାସ ଯୋଗୁ ବଜାରରେ ଚମକ ହରାଇଛି ସୁନା, ରୂପା ମୂଲ୍ୟ ବି ବଢୁନି

Published By : Prameya-News7 Bureau | September 30, 2019 IST

ନୂଆଦିଲ୍ଲୀ:  ଅନ୍ତର୍ଜାତୀୟ ବଜାରରେ ଚାହିଦା ହ୍ରାସ ଯୋଗୁ ବଜାରରେ ସୁନାମୂଲ୍ୟ ହ୍ରାସ ଜାରି ରହିଛି। ଫଳରେ ସୋମବାର ୨୪୦ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟ ୩୮ ହଜାର ୫୩୦ ଟଙ୍କାକୁ ଖସିଛି। ସେପଟେ ରୂପା ମୂଲ୍ୟରେ ଜୋରଦାର ହ୍ରାସ ହୋଇଥିବା ନେଇ ଏଚଡିଏଫସି ସିକ୍ୟୁରିଟିଜ୍ ସୂତ୍ରରୁ ସୂଚନା ମିଳିଛି। ୭୭୫ ଟଙ୍କାର ମୂଲ୍ୟ ହ୍ରାସ ସହ ପ୍ରତି କେଜି ରୂପା ମୂଲ୍ୟ ୪୫ ହଜାର ୭୦୫ଟଙ୍କାକୁ ଚାଲିଆସିଥିବା ଏଚଡିଏଫସି ସୂଚନା ଦେଇଛନ୍ତି।

{"id":164781,"width":577,"height":416}

ତେବେ ଅନ୍ତର୍ଜାତୀୟ ବଜାରରେ ଚାହିଦା ହ୍ରାସ ଯୋଗୁ ସୁନା ଓ ରୂପା ର ବର୍ତ୍ତମାନ ଦରରେ ଏଭଳି ହ୍ରାସ ଦେଖାଦେଇଥିବା ଏଚଡିଏଫସି ସିକ୍ୟୁରିଟିଜ୍ ମୁଖ୍ୟ ଦେବର୍ଷ ଓକିଲ କହିଛନ୍ତି। ଏହା ପୂର୍ବରୁ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ମୂଲ୍ୟ ଶନିବାର ୩୮ ହଜାର ୭୭୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି। ତେବେ ବଜାରରେ ଡଲାର ମୂକାବିଲାରେ ଟଙ୍କା ଦୁର୍ବଳ ହେବା ସୁନାମୂଲ୍ୟ ହ୍ରାସରେ ସାମାନ୍ୟ ନିୟନ୍ତ୍ରଣ ଦେଖାଦେଇଛି।

{"id":164782}

ଚାହିଦା ହ୍ରାସ ଯୋଗୁ ନ୍ୟୁୟର୍କ ବଜାରରେ ୧,୪୮୭.୧୫ଡଲାରରେ ଏବେ ବିକ୍ରି ହେଉଛି। ସେହିପରି ରୂପା ପ୍ରତି ଆଉନ୍ସ ୧୭.୨୪ ଡଲାରରେ ବିକ୍ରି ହେଉଥିବା ଜଣାପଡିଛି। ଏହା ପୂର୍ବରୁ ଗତ ଶୁକ୍ରବାର ଦିଲ୍ଲୀ ସର୍ରଫା ବଜାରରେ ସୁନା ଓ ରୂପା ମୂଲ୍ୟ ହ୍ରାସ ରେକର୍ଡ ହୋଇଥିଲା। ଶୁକ୍ରବାର ପ୍ରତି ୧୦ଗ୍ରାମ ସୁନାମୂଲ୍ୟରେ ୧୨୧ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.